X
Breaking News
ଅପରାଧ

ବିଳମ୍ବରେ ହେଲେ ବି ଚେଇଁଛି STF, ଏଥର ଖଣି ମାଫିଆଙ୍କୁ ସିଧାସଳଖ ଏନ୍‌କାଉଣ୍ଟର

STF

ଭୁବନେଶ୍ୱର: ବିଳମ୍ବରେ ହେଲେ ମଧ୍ୟ ଚେଇଁଛି ଏସଟିଏଫ୍‌ । ଖଣି ମାଫିଆଙ୍କୁ ସାବାଡ଼ କରିବା ପାଇଁ ଏଣିକି କଥାବାର୍ତ୍ତା ନାହିଁ, ଆବଶ୍ୟକ ହେଲେ ସିଧାସଳଖ ଏନ୍‌କାଉଣ୍ଟର । ଏପରି କଡ଼ା ଆଭିମୁଖ୍ୟ ନେଇଛି ସ୍ପେସିଆଲ ଟାସ୍କ ଫୋର୍ସ ବା ଏସ୍‌ଟିଏଫ୍‌ । ଲଘୁ ଖଣିଜ ପଦାର୍ଥ ଲୁଟ୍‌ ରୋକିବା ସହ ଖଣି ମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଏସଟିଫ୍ ନିଜର ନେଟୱାର୍କ ବିଛାଇ ଦେଇଛି ।

ଏବେ ଆକ୍ସନ ମୋଡରେ ଏସ୍‌ଟିଏଫ୍‌ । ବଡ଼ ବଡ଼ ଅପରାଧୀ ବି ଖସିପାରୁ ନାହାନ୍ତି ପଞ୍ଝାରୁ । ଅପରାଧ ଦୁନିଆର ଅବସାନ ଘଟାଇବା ପାଇଁ ଏସ୍‌ଟିଏଫ୍‌ ତାର ନେଟୱାର୍କ ବିଛାଇ ଦେଇଛି । ଖଣି ମାଫିଆଙ୍କ ଉପରେ ରହିଛି କଡ଼ା ନଜର । ଖଣି ମାଫିଆଙ୍କ ବିଶାଳ ସାମ୍ରାଜ୍ୟ ଗଢ଼ି ଉଠିବା ପରେ ବିଳମ୍ୱରେ ନିଆଯାଇଥିବା ପଦକ୍ଷେପକୁ ନେଇ ଉଠିଛି ପ୍ରଶ୍ନ । ଦୀର୍ଘଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ ଚାଲିଥିଲା ଖଣି ଲୁଟ୍‌ । ବେଧଡ଼କ ଭାବେ ଲୁଟି ଚାଲିଥିଲେ ଖଣି ମାଫିଆ । ଖଣି ଲୁଟ ସହ ବ୍ରାଉନ ସୁଗାର ଓ ଗଞ୍ଜେଇ କାରବାର, ଚୋରା ବନ୍ଧୁକ ବେପାର ଭଳି ବିଶାଳ ଅପରାଧ ସାମ୍ରାଜ୍ୟ ଚାଲିଥିଲା ମାଫିଆମାନଙ୍କର । ସ୍କୁଲ ପିଲା, ଯୁବକ ଯୁବତୀଙ୍କୁ ମଧ୍ୟ ଏଥିପାଇଁ କରୁଥିଲେ ବ୍ୟବହାର । ତେବେ ଏସବୁ କାର୍ଯ୍ୟ ଉପରେ କଡ଼ା ନଜର ରଖିଥିଲା ଏସ୍‌ଟିଏଫ୍‌ । ଖୋର୍ଦ୍ଧା ଏସ୍‌ପି ଓ ଏସ୍‌ଟିଏଫ୍‌ ଦ୍ୱାରା ମାଫିଆଙ୍କୁ କରାଯାଇଛି ଚିହ୍ନଟ । ଅପରାଧ ଆରମ୍ଭରୁ ପଦକ୍ଷେପ ନିଆ ନଯାଇ ବିଳମ୍ୱରେ ଏସ୍‌ଟିଏଫ୍‌ର ତତ୍ପରତା ଉପରେ ସାଧାରଣରେ ଉଠିଛି ପ୍ରଶ୍ନ । ଯାହାର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପୋଲିସ ଡିଜି ଏସ୍‌ଏନ୍‌ ତିଓ୍ୱାରି ।

ଖୋର୍ଦ୍ଧାର ଏଲ୍‌ଆଇସି ପଡ଼ିଆରେ ଏକ ବଡ଼ ଧରଣର କ୍ରାଇମ ପାଇଁ ଚାଲିଥିଲା ବ୍ଲୁ-ପ୍ରିଣ୍ଟ । ମାଷ୍ଟର ମାଇଁଣ୍ଡ ସଞ୍ଜୟ ପ୍ରଧାନଙ୍କ ଲିଡରସିପ୍‌ରେ ମନୋରଞ୍ଜନ ସାହୁ, ଅନୀଲ ବରାଳ, ଯହନ ଖୁଣ୍ଟିଆଙ୍କ ଭଳି ହାର୍ଡକୋର ଅପରାଧୀମାନେ ସାମିଲ ଥିଲେ । ଅତର୍କିତ ଭାବେ ଏସ୍‌ଟିଏଫ୍‌ ଚଢ଼ାଉ କରିବା ସହ ଏନକାଉଣ୍ଟର କରିଥିଲା । ଏସ୍‌ଟିଏଫ୍‌ ଏନକାଉଁଣ୍ଟରରେ ମନୋରଞ୍ଜନ ଆହତ ହୋଇଥିବା ବେଳେ ଜହନକୁ ଗିରଫ କରିଛି ପୋଲିସ । ଘଟଣା ସ୍ଥଳରୁ ଅନ୍ୟ 3 ଜଣ ଖସି ପଳାଇଥିଲେ । ଏସ୍‌ଟିଏଫ୍‌ ଏନକାଉଣ୍ଟର ନିଷ୍ପତ୍ତି ପରେ ନିତୁ ମାନସିଂ କୋର୍ଟରେ ଆତ୍ମସମର୍ପଣ କରିଛି । ଅପରାଧୀ ଲିଷ୍ଟରେ ଏଯାବତ୍‌ 9 ଜଣଙ୍କୁ ଗିରଫ କରାଯାଇଛି ।

ଖଣି ମାଫିଆଙ୍କ ବିରୋଧରେ ଗ୍ରହଣ କରାଯାଉନି ଦୃଢ଼ କାର୍ଯ୍ୟାନୁଷ୍ଠାନ । ଗିରଫ ଖଣି ମାଫିଆମାନେ ଜାମିନରେ ଆସି ପୁଣି ଆରମ୍ଭ କରୁଛନ୍ତି ପୁରୁଣା କାର୍ଯ୍ୟକଳାପ । ଆଇନଜୀବୀଙ୍କ କହିବା କଥା ଖଣି ଭଳି ଜାତୀୟ ସମ୍ପତ୍ତିକୁ ଲୁଟ୍‌ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ କିନ୍ତୁ ତାହା ହେଉ ନାହିଁ । ଆଗାମୀ ଦିନରେ ଏସ୍‌ଟଏଫ୍‌ର ଚଢ଼ାଉ ଜାରି ରହିଲେ, ଖଣି ମାଫିଆଙ୍କ ଦୌରାତ୍ମ୍ୟ କ୍ରମେ ହ୍ରାସ ପାଇବ  ବେଲି ଆଶା କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top