ଅପରାଧ

ତହସିଲ୍‌ ଅଫିସ୍‌ରେ ପଶି ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲା..

Tahasildar vijaya

ଅର୍ଗସ ବ୍ୟୁରୋ: ତେଲଙ୍ଗାନାରେ ଜଣେ ମହିଳା ତହସିଲଦାର ବିଜୟାଙ୍କୁ ଜିଅନ୍ତା ପୋଡ଼ି ହତ୍ୟା କରାଯାଇଛି । ତହସିଲ ଅଫିସ୍‌ରେ ଜୋର ଜବରଦସ୍ତ ପଶି ଜଣେ ଦର୍ବୃତ୍ତ ମହିଳା ତହସିଲଦାରଙ୍କୁ ପୋଡ଼ି ମାରି ଦେଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ସର୍ବସମ୍ମୁଖରେ ତହସିଲଦାରଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବା ପରେ ଦୁର୍ବୃତ୍ତ ଜଣକ ଅତି ସହଜରେ ସେଠାରୁ ଫେରାର ହୋଇଯାଇଛନ୍ତି । ହେଲେ ତାଙ୍କୁ କେହି ଅଟକାଇବାକୁ ଚେଷ୍ଟା ମଧ୍ୟ କରି ନାହାନ୍ତି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଘଟଣାଟି ଘଟିଛି ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ।

ତେବେ ମହିଳା ଜଣଙ୍କ ଦେହରେ ନିଆଁ ଲାଗିବା ପରେ ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ବ୍ୟକ୍ତି ପ୍ରଥମେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଦୁଇ ଜଣ ଗୁରୁତର ହୋଇଥିଲେ । ପରେ ଉପସ୍ଥିତ ଥିବା ଅନ୍ୟମାନେ ନିଆଁକୁ ଆୟତ୍ତ କରି ତିନି ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତହସିଲଦାର ଜୟାଙ୍କୁ ଡକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । ଅନ୍ୟ ବ୍ୟକ୍ତି ଜଣକ ଏବେ ବିପଦମୁକ୍ତ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top