X
Breaking News
ରାଜ୍ୟ

 ସାବାସ ଯବାନ, ଘଞ୍ଚ ଜଙ୍ଗଲରୁ ହଜିଥିବା ବୃଦ୍ଧା ଉଦ୍ଧାର

NPD

ନୂଆପଡ଼ା: କଥାରେ ଅଛି “ରଖେ ହରି ତ ମାରେ କିଏ” । ଠିକ ସେହିଭଳି ଏକ ଦୃଶ୍ୟ  ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଧରମବନ୍ଧା ଅଞ୍ଚଳରେ । ସୂଚନା ଅନୁସାରେ ଲୋଡ଼ରା ଗାଁର ଜଣେ ୭୦ ବର୍ଷୀୟ ବୃଦ୍ଧା ମହିଳା ଜଙ୍ଗଲକୁ ଯାଇ ଘରକୁ ଫେରିପାରିନଥିଲେ । ବୃଦ୍ଧ ମହିଳାଙ୍କ ନାଁ ମଙ୍ଗଳବାଇ ପହରିଆ ।

ପରିବାର ଲୋକେ ଖୋଜାଖୋଜି ପରେ ମଧ୍ୟ ବୃଦ୍ଧାଙ୍କ କୌଣସି ଖୋଜ ଖବର ମିଳିନଥିଲା । ବୃଦ୍ଧା ନିଖୋଜ ହେବାର ୫ ଦିନ ପରେ ନୂଆପଡା ଜିଲ୍ଲା  ଧରମବନ୍ଧା କ୍ୟାମ୍ପରୁ ଡେ଼ଲ୍ଟା-16 CRPF ଯବାନ ମାନେ ଜଙ୍ଗଲ ଭିତରେ କୁମ୍ବିଂ ଅପରେସନରେ ଯାଇଥିଲେ  । ଠିକ ଏହି ସମୟରେ କଟିଙ୍ଗପାଣି ସ୍ଥିତ ଘଞ୍ଚ ଜଙ୍ଗଲ ଭିତରେ ଏକ ଗଛ ମୂଳରେ ଜରାଜୀର୍ଣ୍ଣ ଅବସ୍ଥାରେ ବୃଦ୍ଧ ମହିଳାଙ୍କୁ ଦେଖିଥିଲେ ।

ପରେ CRPF ଯବାନମାନେ ଏକ ଷ୍ଟ୍ରେଚର ତିଆରି କରି ମହିଳା ଜଣଙ୍କୁ ଦୀର୍ଘ ୫ କିଲୋମିଟର ଆଣି ପରିବାରକୁ ହସ୍ତାନ୍ତର କରିଥିଲେ । CRPF ଯବାନଙ୍କ ଏ ମହତ କାର୍ଯ୍ୟ ପାଇଁ ଜିଲ୍ଲା ସାରା ଲୋକେ ସାବାସୀ ଦେଉଛନ୍ତି । ଅନ୍ୟପଟେ ଯବାନମାନେ କୌଣସି ଜଣେ ଅସହାୟ ଲୋକଙ୍କୁ ବଞ୍ଚାଇ ପାରିଛନ୍ତି ବୋଲି ଖୁସି ବ୍ୟକ୍ତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top