ନ୍ୟୁଜ୍

ରାଜ୍ୟରେ ୧୯୭୧ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି

Arun bothra

ଭୁବନେଶ୍ୱର: ସେସୁ ଅବସ୍ଥା ଶୋଚନୀୟ । ମାନ୍ଦାରେ ଚାଲିଛି ସେସୁ ବିଭାଗ । ବିଭାଗ ପକ୍ଷରୁ ଭଲ ବିଦ୍ୟୁତ ସେବା ଯୋଗାଇବା ପାଇଁ ଚେଷ୍ଟା କରାଯାଉଛି । ହେଲେ ବକେୟା ଦେୟ ଆଦାୟ ହୋଇପାରୁ ନଥିବାରୁ ବିଦ୍ୟୁତ ସେବା ଯୋଗାଇବାରେ ବିଭାଗ ଫେଲ୍‌ ମାରୁଛି । ଏଭଳି ମନ୍ତବ୍ୟ ଦେଇଛନ୍ତି ବିଭାଗୀୟ ସିଇଓ ଅରୁଣ ବୋଥ୍ରା ।

ରାଜ୍ୟରେ ଏବେ ସେସୁର ଆର୍ଥିକ ଅବସ୍ଥା ଭଲ ନାହିଁ । କାରଣ ବର୍ଷ ବର୍ଷ ଧରି ଲୋକ ବିଜୁଳି ଦେୟ ଦେଉ ନାହାଁନ୍ତି । ସାରା ରାଜ୍ୟରେ ଏବେ 1971 କୋଟି ଟଙ୍କାର ବିଦ୍ୟୁତ ଦେୟ ବକେୟା ରହିଛି । ସେଥିମଧ୍ୟରୁ 58 ହଜାର ବଦ୍ୟୁତ ଉପଭୋକ୍ତାଙ୍କ ଉପରେ 50 ହଜାର ଟଙ୍କାରୁ ଅଧିକ ଦେୟ ବାକି ରହିଛି । ଖାଲି ସେତିକି ନୁହେଁ ଗତ 2 ବର୍ଷ ହେଲା 104000 ଉପଭୋକ୍ତା ବିଜୁଳି ବିଲ୍‌ ଦେଇନାହାନ୍ତି ।  ଏ ବାବଦରେ 394 କୋଟି ଟଙ୍କା ବାକି ରହିଛି । ଡୋମେଷ୍ଟିକ କଞ୍ଜୁମର ଭାବେ 92 ପ୍ରତିଶତ ଲୋକ 1023 କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ରଖିଛନ୍ତି । ସେହିଭଳି 7.1 ପ୍ରତିଶତ କମର୍ସିଆଲ ଉପଭୋକ୍ତାଙ୍କ ଉପରେ 108 କୋଟି ଟଙ୍କା ବାକି ରହିଛି ।

ତେବେ ସିଇଓ ଅରୁଣ ବୋଥ୍ରା କହିଛନ୍ତି,  ଯାହାର ଦେୟ ଦେବାକୁ ରହିଛି ସେମାନେ 6ଟି ଇନ୍‌ଷ୍ଟଲମେଣ୍ଟରେ ମଧ୍ୟ ଦେଇପାରିବେ । ତେଣୁ ସେମାନଙ୍କୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ ।

ତେବେ ସିଇଓ କହିଛନ୍ତି ଯେଉଁମାନଙ୍କର ବିଲ୍‌ ବକେୟା ରହିଛି ସେମାନେ ଖୁବ୍‌ ଶୀଘ୍ର ଦେୟ ପୈଠ କରନ୍ତୁ । କାରଣ ଦେୟ ପୈଠ ହେଲେ ବିଭାଗ ପକ୍ଷରୁ ଅଧିକ ଭଲ ସେବା ଦିଆଯାଇପାରିବ ।

ତେବେ ବକେୟା ଥିବା ଟଙ୍କା 15 ଜାନୁଆରୀ ସୁଦ୍ଧା ଉପଭୋକ୍ତାଙ୍କ ଦ୍ୱାରା ପୈଠ କରାନଗଲେ 16 ଜାନୁଆରୀରେ ବିଦ୍ୟୁତ କନେକ୍ସନ କଟାଯିବ । ଏନେଇ ଚେତାବନୀ ଦେଇଛନ୍ତି ସିଇଓ ଅରୁଣ ବୋଥ୍ରା । ଖାଲି ସେତିକି ନୁହେଁ ଉପଭୋକ୍ତାଙ୍କ ନିକଟକୁ ଏସ୍‌ଏମ୍‌ଏସ୍‌ ପଠାଯିବ, ଖବରକାଗଜରେ ବିଜ୍ଞାପନ ଦିଆଯିବ, ଏହା ସହ ପଂଚାୟତ ଅଫିସ ଏବଂ ପୋଲିସ ଷ୍ଟେସନରେ ନୋଟିସ ଲଗାଯିବ ବୋଲି କହିଛନ୍ତି ସିଇଓ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top