ନ୍ୟୁଜ୍

କରୋନାକୁ ହରାଇଲେ ୮୫ ବର୍ଷୀୟ ବୃଦ୍ଧା, ପଜିଟିଭ ହେବାର ୧୦ ଦିନ ଭିତରେ ସୁସ୍ଥ ହେଲେ କଟକର ମାଣିକା ଭଟ୍ଟ

old women

ପୁରୀ:  ଜିତିଲେ କରୋନା ଯୁଦ୍ଧ । ବୟସ ବି ତାଙ୍କ ସାମ୍ନାରେ କେବଳ ଏକ ସଂଖ୍ୟା ମାତ୍ର । କାରଣ କରୋନାକୁ ହରାଇଲେ କଟକର ୮୫ ବର୍ଷ ବୟସ୍କ ବୃଦ୍ଧା । ଆକ୍ରାନ୍ତ ହେବାର ୧୦ ଦିନ ପରେ ସୁସ୍ଥ ହେଲେ ମାନିକ ଭଟ୍ଟ । ଯାହାକୁ ନେଇ ତାଙ୍କର ଚିକିତ୍ସା କରୁଥିବା ଡାକ୍ତରୀ ଦଳ ବେଶ ଖୁସି ଓ ଆଶ୍ଚର୍ଯ୍ୟ ମଧ୍ୟ । ବୟସ ଅଧିକ ହୋଇଥିଲେ ବି ତାଙ୍କର ଏଭଳି ଭାବେ ଶୀଘ୍ର ସୁସ୍ଥ ହେବା ଅନ୍ୟମାନଙ୍କୁ ଆଶା ଦେଖାଇଛି । ସେହିପରି ମାନିକଙ୍କ ଦୁଇ ନାତୁଣୀଙ୍କ ମଧ୍ୟରୁ ଅଙ୍କିତାଙ୍କ ରିପୋର୍ଟ ପଜିଟିଭ ଆସିଛି । କିନ୍ତୁ ନିଜ ଜେଜେମାଙ୍କ ସେବା ପାଇଁ ନାତୁଣୀ ରିତିକା ହସ୍ପିଟାଲରେ ରହିଥିଲେ । କିନ୍ତୁ ବଡ଼ କଥା ହେଉଛି ଜେଜେ ମାଆଙ୍କ ପାଖରେ ରହୁଥିବା ରିତିକାଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଏହା ପୂର୍ବରୁ ରିତିକାଙ୍କ ବାପା, ମାଆ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ମାନିକଙ୍କ ଘର ପୁରୀ ବାସେଳୀ ସାହିରେ । ତେବେ ସେ ବର୍ତ୍ତମାନ କଟକ କନ୍ଦରପୁର ନୂଆସାହିରେ ରହୁଛନ୍ତି । ୨୨ ଜୁଲାଇରେ ମାନିକ ଓ ତାଙ୍କ ନାତୁଣୀଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଥିଲା । ଚିକିତ୍ସା ପରେ ଅଗଷ୍ଟ ୩ ତାରିଖରେ ସେ କରୋନା ଯୁଦ୍ଧରେ ଜିତିଯାଇଛନ୍ତି । ଏବେ ସେ ଘରେ ୧୪ ଦିନର କ୍ୱାରେଣ୍ଟାଇନ ନିୟମ ପାଳନ କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top