ଦେଶ

ଅମ୍ଫାନ ପରେ ଆଉ ଏକ ବିପଦ, 3ଟି ରାଜ୍ୟକୁ ରେଡ ଆଲର୍ଟ ଜାରି

ନୂଆଦିଲ୍ଲୀ: ବାତ୍ୟା ଆମ୍ଫାନର ବିନାଶ ପରେ ଆଉ ଏକ ସାମୁଦ୍ରିକ ବାତ୍ୟାର ବିପଦ । ପାଣିପାଗ ବିଭାଗର ସୂଚନାନୁଯାୟୀ, ଆସନ୍ତା 24 ଘଣ୍ଟା ମଧ୍ୟରେ ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଭାରତ ପାଣିପାଗ ବିଭାଗର ସୂଚନା, ଉତ୍ତର ଏବଂ ଦକ୍ଷିଣ ଗୁଜୁରାଟ ଉପକୂଳବର୍ତ୍ତୀ ଆରବ ସାଗରରେ ତଳିଆ ଅଞ୍ଚଳରୁ ଅଧିକ ଶକ୍ତିଶାଳୀ ହୋଇ ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇପାରେ ।

3 ଜୁନ୍ ସୁଦ୍ଧା ଦକ୍ଷିଣ ଗୁଜୁରାଟ ଉପକୂଳରେ ପହଞ୍ଚି ଏହା ହଇଚଇ ସୃଷ୍ଟି କରିପାରେ ବୋଲି  ପାଣିପାଗ ବିଭାଗ ଆକଳନ କରିଛୁ । ଗୋଆ, ମହାରାଷ୍ଟ୍ର ଏବଂ ଗୁଜୁରାଟ ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ଏଥିସହ ସମୁଦ୍ର ଆଶାନ୍ତ ଯୋଗୁଁ ଜୁନ୍ 4 ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ 4 ଜୁନ୍ ପର୍ଯ୍ୟନ୍ତ ପବନର ବେଗ 100 କିମି ପର୍ଯ୍ୟନ୍ତ ବଢିପାରେ ବୋଲି ସୂଚନା ଦିଆଯାଇଛି । ବାତ୍ୟା ସମୟରେ ପବନ ବେଗ ଘଣ୍ଟାକୁ 90 ରୁ 100 କିଲୋମିଟର ବେଗରେ ଗତିକରିବ । ଏହାସହ ପବନର ବେଗ ଘଣ୍ଟାକୁ 110 କିଲୋମିଟର ମଧ୍ୟ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି ।

। ଏହା ଆଗାମୀ 24 ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ଏବଂ ଏହାର ଦକ୍ଷିଣ-ପୂର୍ବ ଆରବ ସାଗର ଉପରେ ଚାପ ବଢିବା ସମ୍ଭାବନା ରହିଛି  । ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଏହା ଅଧିକ ଶକ୍ତିଶାଳୀ ହୋଇ ଏକ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ । ଏହା ଜୁନ୍ 3 ସୁଦ୍ଧା ଉତ୍ତର ଦିଗକୁ ଗତି କରି ଉତ୍ତର ମହାରାଷ୍ଟ୍ର ଏବଂ ଗୁଜୁରାଟ ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top