ଦେଶ

4 ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ: ଆଇଏମଡି

ଭୁବନେଶ୍ୱର: ଭୀଷଣ ସାମୁଦ୍ରିକ ଝଡ଼କୁ ପରିବର୍ତ୍ତନ ହୋଇଛି ବାତ୍ୟା ଅମ୍ଫାନ । ବର୍ତ୍ତମାନ ଏହା ପାରାଦ୍ୱୀପ ଠୁ 980 କିମି ଦୂରରେ ରହିଛି । ବିଳମ୍ବିତ ରାତିରେ ଏହା ରିକର୍ଭ କରିବ । ତା ପରେ ସ୍ଥଳ ଭାଗ ଛୁଇଁବାର ସମୟ କୁହାଯାଇ ପାରିବ । ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ କୋଷ୍ଟରେ  ଲ୍ୟାଣ୍ଡ ଫଲ କରିବ ବୋଲି IMD ପକ୍ଷରୁ କୁହାଯାଇଛି ।

ତେବେ 12 ଟି ଜିଲ୍ଲାକୁ ଆଲର୍ଟ ପାଇଁ IMD ପକ୍ଷରୁ କହାଯାଇଛି   । 4 ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ । ଏନଡିଆରଏଫ, ଓଡ୍ରାଫ  ଟିମିକୁ ସେଠାରେ  ମୁତୟନ କରାଯାଇଛି ।

ଆବଶ୍ୟକ ପଡ଼ିଲେ ତଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । 19 ଓ 20 ତାରିଖରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଲୋକଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ରହିବ । ଏଥିସହିତ 18 ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବ ଏବଂ 19 ଓ 20 ରେ ବର୍ଷାର ପରିମାଣ ବଢିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 45 ରୁ 85 କିମି ରହିବ ବୋଲି ସୂଚନାଇ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top