ଦେଶ

ପଶ୍ଚିମବଙ୍ଗରେ ବୁଲବୁଲର ତାଣ୍ଡବ: ୭ମୃତ, ପିଏମ ମୋଦି ମମତାଙ୍କ ସହ କଲେ ଆଲୋଚନା

bulbul

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ଉପସାଗରରେ ଚକ୍ରବତି ବାତ୍ୟା ବୁଲବୁଲ୍ ତାଣ୍ଡବ ରଚିଛି । ଶନିବାରର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ସମୁଦ୍ର ତଟରେ ସ୍ଥଳଭାଗ ଛୁଇଁଥିଲା  ବୁଲବୁଲ୍ । ଏହାର ପ୍ରଭାବରେ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ପ୍ରଳୟଙ୍କାରୀ ପବନ ଯୋଗୁଁ  7ଜଣଙ୍କର ମୃତ୍ୟୁ ହୋଇଛି । ତେବେ ସମୟ ଗଡୁଥିବା ସହ ଏହି ବତ୍ୟା ମଧ୍ୟ ଦୁର୍ବଳ ହେବାକୁ ଲାଗିଛି ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଟିମ୍‌ ଉପସ୍ଥିତ ଅଛନ୍ତି । ଏହାବ୍ୟତୀତ କଲିକତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଶନିବାର ସନ୍ଧ୍ୟା 6ଟାରୁ ଆସନ୍ତା 12 ଘଣ୍ଟା ପର୍ଯ୍ୟନ୍ତ ଉଡାଣ ସ୍ଥଗିତ ରଖାଯାଇଛି । ଏହି ବାତ୍ୟାର ପ୍ରଭାବ ବାଙ୍ଗଲାଦେଶ ଓ ଓଡ଼ିଶାର କିଛି ଅଞ୍ଚଳରେ ପଡିଛି । ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଯେ, ଧିରେ ଧିରେ ଏହି ବାତ୍ୟା ଦୁର୍ବଳ ହୋଇଯିବ ।

ବାତ୍ୟା ବୁଲ୍‌ବୁଲ ପ୍ରଭାବରେ କଲିକତା ଓ ଆଖପାଖର କିଛି ତଟବର୍ତ୍ତି ଜିଲ୍ଲାରେ ଶୁକ୍ରବାରରୁ ହିଁ ପ୍ରବଳ ପବନ ସହିତ ଲଗାଣ ବର୍ଷା ଜାରୀ ରହିଛି । ବାତ୍ୟାର ବିଭିଷିକାକୁ ଦୃଷ୍ଟିରେ ରଖି  ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଥିବା ପର୍ଯ୍ୟଟନ କେନ୍ଦ୍ର ଗୁଡିକରେ ଶୁକ୍ରବାର ସନ୍ଧ୍ୟାରୁ ଖାଲି କରାଯାଇଛି । ମମତା ବାନାର୍ଜି ରିଲିଫ, ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଶନିବାର ଦିନ କଣ୍ଟ୍ରୋଲ ରୁମ୍‌କୁ ଗସ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ବୁଲବୁଲକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି ।  ମୋଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କେନ୍ଦ୍ର ତରଫରୁ ସବୁ ପ୍ରକାର ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶୃତ ଦେଇଛନ୍ତି ।

ବାଙ୍ଗଲାଦେଶରେ ଚକ୍ରବତି ବାତ୍ୟା ବୁଲବୁଲ ଆସିବା କାରଣରୁ ଲକ୍ଷ ଲକ୍ଷ ଲୋକଙ୍କୁ  ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବାଙ୍ଗଲାଦେଶର କନିଷ୍ଠ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ  ଏନାମୁର ରହମାନ କହିଛନ୍ତି ଯେ, 18 ଲକ୍ଷରୁ ଅଧିକ ଲୋକଙ୍କୁ  ଶନିବାର ଦିନ  ସୁରକ୍ଷିତ ସ୍ଥାନକୁ ପଠାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top