ଦେଶ

ମାଡ଼ି ଆସୁଛି ‘ମହା’, ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା

Cyclone
Courtesy: keralakaumudi.com

ଅର୍ଗସ ବ୍ୟୁରୋ:  ମାଡ଼ି ଆସୁଛି ଆଉ ଏକ ସାମୁଦ୍ରିକ ଝଡ଼ । ଯାହାର ନାମ ରଖାଯାଇଛି ‘ମହା’ । ଏହା ସ୍ଥଳ ଭାଗ ଆଡ଼କୁ ଧୀରେ ଧୀରେ ଅଗ୍ରସର ହେଉଛି ଏବଂ ନଭେମ୍ବର ୨ରୁ ୪ ମଧ୍ୟରେ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ଭୟଙ୍କର ସାମୁଦ୍ରିକ ଝଡ଼ ‘କ୍ୟାର୍‌’ ପରେ ଆରବ ସାଗରରେ ପୁଣି ଅତି ଭୀଷଣ ବାତ୍ୟା ସୃଷ୍ଟି ହୋଇଛି ।

ଆମେରିକା ପାଣିପାଗ ବିଶେଷଜ୍ଞ ଫିଲିପ୍‌ କ୍ଲଚ୍‌ବ୍ୟାଚ୍‌ଙ୍କ ଅନୁସାରେ ଆରବ ସାଗରରେ ଏକ ସମୟରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହେବା‌ ଏକ ବିରଳ ଘଟଣା। ପୂବର୍ରୁ ଏଭଳି କେବେ ହୋଇ ନଥିଲା। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ବୁଧବାର ରାତିରେ ‘ମହା’ ଲାକ୍ଷାଦ୍ବୀପ ନିକଟରେ ଦକ୍ଷିଣ-ପୂର୍ବ ଆରବ ସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହା ବର୍ତ୍ତମାନ ଉତ୍ତର-ପୂର୍ବ ମାଳଦୀପଠାରୁ ୫୪୦ କିଲୋମିଟର ଏବଂ ଉତ୍ତର-ପଶ୍ଚିମ ଥିରୁଅନନ୍ତପୁରମ୍‌ଠାରୁ ୩୨୦ କିଲୋମିଟର ଦୂରରେ ରହିଛି । ଗୁରୁବାର ଏହି ଘୂର୍ଣ୍ଣିବାତ୍ୟା ଲକ୍ଷାଦ୍ବୀପର ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ପରେ ପୂର୍ବ-କେନ୍ଦ୍ରୀୟ ଆରବସାଗରରେ ଭୀଷଣ ରୂପ ଧାରଣ କରିବ। ଅକ୍ଟୋବର ୩୧ରୁ ନଭେମ୍ବର ୧ ତାରିଖ ଯାଏ ‘ମହା’ ଭୟଙ୍କର ରୂପ ନେବ ଏବଂ ନଭେମ୍ବର ୨ରୁ ୪ ତାରିଖ ଯାଏ ଏହା ଅତି ଭୟଙ୍କର ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହାର ପ୍ରଭାବରେ ଗୁରୁବାରଠାରୁ ୪ ଦିନ ଧରି କେରଳ, ଲାକ୍ଷାଦ୍ବୀପ, କର୍ଣ୍ଣାଟକ ଓ ଦକ୍ଷିଣ ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top