ଦେଶ

ବାତ୍ୟା ନିସର୍ଗକୁ ନେଇ ଚିନ୍ତାରେ ବଲିଉଡ ଷ୍ଟାର

ମୁମ୍ବାଇ: ମହାରାଷ୍ଟ୍ରକୁ ମାଡି ଆସୁଛି ବାତ୍ୟା ନିସର୍ଗ । ଆଜି ଅପରାହ୍ନରେ ଅଲିବାଗ୍ ରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଯାହା ଫଳରେ ମୁମ୍ୱାଇରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହୁଛି । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବଲିଉଡ କଳାକାର ।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୋର ପ୍ରିୟ ଘର ସହର ମୁମ୍ବାଇରେ ଅଛି । ଯେଉଁଠାରେ ମୋ ଭାଇ ଏବଂ ମାଙ୍କ ସମେତ 20 ମିଲିୟନରୁ ଅଧିକ ଲୋକ ବାସ କରନ୍ତି । 1891 ପରଠାରୁ ମୁମ୍ବାଇ ଏଭଳି ଭୟଙ୍କର ଘୂର୍ଣ୍ଣିବଳୟର ସମ୍ମୁଖୀନ ହୋଇ ନାହିଁ ଏବଂ ଯେତେବେଳେ ବିଶ୍ୱ ଏବେ କରୋନାକୁ ନେଇ ହତାଶ ଅଛି ଏହି ସମୟରେ ସ୍ଥିତିକୁ ଆହୁରି ଜଟିଳ କରିପାରେ ବାତ୍ୟା ନିସର୍ଗ ।

ସେହିପରି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ପୋଷ୍ଟ କରି ଲେଖିଥିଲେ- ଆଜି ସକାଳେ ପରିବେଶ ଶାନ୍ତ ରହିଛି । ବୋଧହୁଏ ବାତ୍ୟା ଆସିବା ପୂର୍ବରୁ ଏହା ଶାନ୍ତି ଅଟେ । ମହାମାରୀ ଯଥେଷ୍ଟ ନଥିଲା, ବର୍ତ୍ତମାନ ଏହି ଘୂର୍ଣ୍ଣିବଳୟ ମଧ୍ୟ ବାଟରେ ଅଛି । ମୁମ୍ବାଇ ପାଇଁ ଏହା ଏକ କଷ୍ଟକର ସମୟ । ଯଦିଓ ଆମେ ଏଥିରୁ ବାହାରିବା ମୁସ୍କିଲ ହେଲେ ଆମେ ମିଳିମିଶି ଏହାର ମୁକାବିଲା କରିବା । ଏହା ସହିତ ମାଧୁରୀ ବାହାର ପରିବେଶର କିଛି ଫଟୋ ସେୟାର କରିଛନ୍ତି । ବାତ୍ୟା ନିସର୍ଗରୁ ରକ୍ଷା ପାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top