ନ୍ୟୁଜ୍

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ଚାଞ୍ଚଲ୍ୟକର ତଥ୍ୟ: ଦାମ କହିଲେ, ‘ତାମିଲ କନେଷ୍ଟବଳଙ୍କ ପାଇଁ ଚାପିଦିଆଗଲା କେସ୍‌’

dama_00026

ଭୁବନେଶ୍ୱର:  ପୁଣି ଦାମଙ୍କ ବିସ୍ଫୋରକ ବୟାନ । ଗଡ ଫାଦର ଗଡ ଫାଦର କହି ପରୋକ୍ଷରେ ଇଙ୍ଗିତ କରୁଥିବା ଦାମ ଶେଷରେ ଏହି ଅଣ ଓଡିଆ ଅଫିସରଙ୍କ ନାମ ପ୍ରକାଶ କରିଛନ୍ତି । ତାମିଲ ଅଧିକାରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ପରିଚାଳିତ ହେଉଛି । ସମସ୍ତ ମନ୍ତ୍ରୀମାନେ ମଧ୍ୟ ତାଙ୍କୁ ସାର ସାର କହି ତାଙ୍କ କଥାରେ ଉଠବସ୍ ହେଉଛନ୍ତି । ଓମଫେଡ, ଚାରା ପରି ଦୁର୍ନୀତି ଉପରେ ପରଦା ହଟାଇଥିବା ଦାମ ଆଜି ସାର ଯୋଗାଣରେ କେତେ ଦୁର୍ନୀତି ହୋଇଛି  କହିଛନ୍ତି । କେବଳ ଏତିକି ନୁହେଁ, କୁନ୍ଦୁଲି ସମ୍ପର୍କରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଦାମ ।

କେହି ଯୁବତୀ ଦୁଷ୍କର୍ମର ଶିକାର ହେଲେ ଲୋକଲଜ୍ଜାର ଶିକାର ହେବାକୁ ଚାହେଁନେ ।  ପୀଡିତା ଯଦି ନିଜେ ବଳାତ୍କାରର ଶିକାର ହୋଇଥିବା ସ୍ୱୀକାର କରେ, ତେବେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏଠାରେ ପୀଡିତାଜଣକ ନିଜେ ଦୁଷ୍କର୍ମ ପ୍ରସଙ୍ଗ ଉଠାଇ ନ୍ୟାୟ ଭିକ୍ଷା କରିଥିଲେ ମଧ୍ୟ ଦୁଷ୍କର୍ମ ହୋଇନି ବୋଲି ରାଜ୍ୟ ସରକାର କହିଥିଲେ ।

ଦୁଷ୍କର୍ମ ପରେ ପୀଡିତାଙ୍କ ପୋଷାକରୁ ସିମେନ ମଧ୍ୟ ମିଳିଥିଲା । ଏହାକୁ ପରେ ଅନ୍ୟ ସ୍ଥାନକୁ ପଠାଯାଇଥିଲା , ଏହା କିଭଳି ନ୍ୟାୟ ବ୍ୟବସ୍ଥା ବୋଲି ପ୍ରଶ୍ନ ଉଠାଇଛନ୍ତି ଦାମ ରାଉତ ।

ଏହି ଘଟଣା ପଛରେ ଅଣ ଓଡିଆ ଅଫିସରଙ୍କର ମଧ୍ୟ ହାତ ରହିଛି । ଏହି ଜଘନ୍ୟ କାଣ୍ଡରେ ଜଣେ ତାମିଲ କନଷ୍ଟେବଲ ସାମିଲ । ତେଣୁ ଏହି ଘଟଣାକୁ ଚପାଇ ଦିଆଯାଇଥିବା ଦାମ ରାଉତ କହିଛନ୍ତି । ବିଜେଡି ଏସସି ସେଲ ଅଧ୍ୟକ୍ଷ ଦୁଷ୍କର୍ମ ହୋଇଥିବା କହିଥିଲେ ମଧ୍ୟ ପରେ ଦୁଷ୍କର୍ମ ହୋଇନଥିବା ରାଜ୍ୟ ସରକାର କହିଛନ୍ତି । ଯାହାକି ଅତ୍ୟନ୍ତ ନିନ୍ଦନୀୟ ।

ସୂଚନାଯୋଗ୍ୟ, ପୀଡ଼ିତା ୨୦୧୭ ଅକ୍ଟୋବର ୧୦ ତାରିଖରେ ନିଜ ଗ୍ରାମ ମୂଷାଗୁଡ଼ାରୁ କୁନ୍ଦୁଲି ହାଟପଦାକୁ ଫଟୋ ଉଠାଇବା ପାଇଁ ଆସିଥିଲେ। କାର୍ଯ୍ୟ ସାରି ଫେରୁଥିବାବେଳେ ଯୋଡ଼ି ଖାନ୍ଦା ଘାଟିରୁ ୪ଜଣ ଯବାନ ତାଙ୍କୁ ଉଠାଇ ନେଇ ଗଣବଳାତ୍କାର କରିଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବହୁ ବାଦ ବିବାଦ ପରେ ଶେଷରେ ଚଳିତ ବର୍ଷ ଜାନୁୟାରୀ ୨୨ ତାରିଖରେ ପୀଡିତ ଆତ୍ମହତ୍ୟା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top