X
Breaking News
ଟିଭି

‘କୋକା-କୋଲା ଗୀତରେ ଡ୍ୟାନ୍ସ କରି ଧୁମ୍ ମଚାଇଲେ ନେହା, ଦେଖନ୍ତୁ ଭିଡିଓ

neha

ନୂଆଦିଲ୍ଲୀ: ବଲିଉଡ ସିଙ୍ଗର ନେହା କକ୍କଡ କେବଳ ଜଣେ ଭଲ ସିଙ୍ଗର ନୁହନ୍ତି, ବହୁତ ଭଲ ଡ୍ୟାନ୍ସ ମଧ୍ୟ କରିଥାନ୍ତି । ଅନେକ ସମୟରେ ନେହାଙ୍କର ଭିଡିଓ ଇନଷ୍ଟା ଓ ୟୁଟ୍ୟୁବରେ ଦେଖିବାକୁ ମିଳିଥାଏ । ପୁଣି ନେହାଙ୍କର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନେହା ନିଜର ଭାଇ ଟୋନି କକ୍କଡଙ୍କ ଗୀତ କୋକା କୋଲା ରିମେକ ସଙ୍ଗରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ନେହା ଧୁମ୍ ମଚାଇ ନାଚୁଥିବାର ଦେଖିବାକୁ ମିଳିଛି । ନେହାଙ୍କ ସହ ଏହି ଭିଡିଓରେ ଇଣ୍ଟରନ୍ୟାସନାଲ ଡିଜେ ମାର୍ଶମେଲୋଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ଡିଜେ ମାର୍ଶମେଲୋ ଭାରତ ଆସିଥିବା ସମୟରେ ଏହି ଭିଡିଓଟି ପ୍ରସ୍ତୁତ ହୋଇଛି । ଏବେ ସୁଦ୍ଧା ଏହି ଭିଡିଓକୁ 46 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

ଏବେ ନେହା ଏକ କନର୍ସଟରେ ଯୋଗ ଦେବାକୁ ହାଇଦ୍ରାବାଦ ଯାଇଛନ୍ତି । ସବୁବେଳେ ଭିଡିଓ ସେୟାର କରି ନେହା ନିଜ ଫ୍ୟାନମାନଙ୍କ ସହ ଯୋଡି ହୋଇ ରହିଥାନ୍ତି । ଗତକିଛି ଦିନ ତଳେ ପ୍ରଫେସନାଲ ଲାଇଫ୍ ଅପେକ୍ଷା ନେହା ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top