ଖେଳ

କ୍ରିକେଟରେ ବର୍ଣ୍ଣବୈଷମ୍ୟ ବିବାଦ, ପୂର୍ବତନ ଇଣ୍ଡିଜ୍‌ କ୍ୟାପଟେନ୍‌ ଆଣିଲେ ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ: କ୍ରିକେଟରେ ବର୍ଣ୍ଣବୈଷମ୍ୟ ବିବାଦ  । ଗୋରା କଳା ଭେଦଭାବର ଶିକାର ହେଲେ କ୍ରିକେଟର  ।  ୱେଷ୍ଟ-ଇଣ୍ଡିଜ କ୍ରିକେଟର ଆଣିଲେ ସାଂଘାତିକ ଅଭିଯୋଗ  । ଇଣ୍ଡିଆନ୍ ପ୍ରିମିୟର ଲିଗ ବେଳେ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି ଇଣ୍ଡିଜର ପୂର୍ବତନ କ୍ୟାପଟେନ୍ ଡାରେନ୍ ସାମି । ମ୍ୟାଚ ବେଳେ ତାଙ୍କୁ ବାରମ୍ବାର ‘କାଳୁ’ ବୋଲି ସମ୍ବୋଧନ କରାଯାଉଥିଲା  । ଯାହାକୁ ନେଇ ସାମି ଏକ ଭିଡିଓ ସେୟାର କରି କହିଛନ୍ତି  ।

କାଳୁ ଶବ୍ଦର ଅର୍ଥ ସେତବେଳେ ଜାଣିନଥିଲେ  । ହେଲେ ଏବେ ଏହାର ଅର୍ଥ ଜାଣିବା ପରେ ଏହାକୁ ନେଇ ମର୍ମାହତ ଥିବା ନେଇ କହିଛନ୍ତି ସାମି । ଗତବର୍ଷ ଆଇପିଏଲ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିବା ସମୟରେ ତାଙ୍କ ପ୍ରତି ଶବ୍ଦ ବ୍ୟବହାର କରାଯାଇଥିବା ଅଭିଯୋଗ କରିଛନ୍ତି ସାମି  । ଏବେ ସେ ଚେତାବନୀ ଦେଇଛନ୍ତି  ଯେଉଁମାନେ ତାଙ୍କୁ କାଳୁ ବୋଲି ଡାକିଥିଲେ ସେମାନଙ୍କୁ ସେ ଭଲକରି ଚିହ୍ନିଛନ୍ତି  । ଏନେଇ ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ଜାରି କରିଛନ୍ତି ସାମି   ।

ତାଙ୍କୁ କାଳୁ ସମ୍ବୋଧନ କରିଥିବା ସମସ୍ତ କ୍ରିକେଟରଙ୍କୁ ସେ ମେସେଜ କରି ପଚାରିବେ କଣ ପାଇ ତାଙ୍କୁ ଏଭଳି ଅପମାନଜନକ ଶବ୍ଦରେ  ସମ୍ବୋଧନ କରୁଥିଲେ  । ଦୀର୍ଘ 6 ମିନିଟ ଲମ୍ବା ନିଜ ଭିଡିଓରେ ସାମି ଅନେକ କଥା କହିଛନ୍ତି  । କଳା ଗୋରା ଭେଦଭାବକୁ ନେଇ ଦେଶ ବିଦେଶରେ ତାଙ୍କ ସହ କିଭଳି ବ୍ୟବହାର କରାଯାଏ ସେ ନେଇ ଖୋଲାଖୋଲି କହିଛନ୍ତି ସାମି  ।

ହେଲେ ତାଙ୍କୁ ସବୁଠାରୁ ଅଧିକ ଆଘାତ ଦେଇଛି ଆଇପିଏଲ ସମୟରେ ତାଙ୍କ ସହ କରାଯାଇଥିଲା ବ୍ୟବହାର  ।  ନିକଟରେ  ଆମେରିକାରେ ଜର୍ଜ ଫ୍ଲେଏଡଙ୍କ ମୃତ୍ୟୁ ପରେ ସାରା ବିଶ୍ୱରେ ବର୍ଣ୍ଣବୈଷମ୍ୟତା ନେଇ ଆଲୋଚନା ଜୋର ଧରିଛି । ତେବେ ସାମିଙ୍କ ଅଭିଯୋଗ ପରେ ତାଙ୍କୁ କେଉଁ ଭାରତୀୟ ଖେଳାଳୀ ଏମିତ କିଛି କହିଥିବା ନେଇ ଏବେ କଳ୍ପନା ଯଳ୍ପନା ଆରମ୍ଭ ହୋଇଯାଇଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top