ନ୍ୟୁଜ୍

ଦିନକ ପରେ ସ୍ୱାଧୀନତା ଦିବସ, ରାଜ୍ୟସ୍ତରୀୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

indendepence day

ଭୁବନେଶ୍ୱର:  ଦିନକ ପରେ ସ୍ୱାଧୀନତା ଦିବସ । ଏହି ଅବସରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା ପାଇଁ ଚଳିତ ବର୍ଷ ନିରାଡମ୍ବର ଭାବେ ପାଳନ କରାଯିବ ସ୍ୱାଧୀନତା ଦିବସ । ସଜେଇ ହେଲାଣି ପ୍ରଦର୍ଶନୀ ପଡିଆ । ଜୋରସୋରରେ ଚାଲିଛି ପ୍ରସ୍ତୁତି । କୋରୋନା ଲଢେଇ ମଧ୍ୟରେ ଜାରି ରହିଛି ଅଭ୍ୟାସ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ପର୍ବ ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି । ମହାମାରୀ ଯୋଗୁଁ ଚଳିତ ବର୍ଷ ନିରାଡ଼ମ୍ବର ଭାବେ ସ୍ୱାଧୀନତା ଦିବସ ପାଳନ କରାଯିବ। ପ୍ରଦର୍ଶନୀ ପଡିଆରେ ଆଜି ଶେଷ ପ୍ୟାରେଡ ରିଏଲସିଏଲ କରାଯାଇଛି । କୋଭିଡ ୧୯ କୁ ଦୃଷ୍ଟି ରେ ରଖି ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହ ଏଥର ଜନ ସାଧାରଣ ପାଇଁ ପଡିଆ ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି । କେବଳ ମନ୍ତ୍ରୀ ଓ ଭିଭିଆଇପି ଏଥର ପ୍ୟାରେଡ ସମୟରେ ଉପସ୍ଥିତ ରହିବେ । କରୋନା କଟକଣା ପାଇଁ କେବଳ ଚାରୋଟି ଗ୍ରୁପ ପ୍ୟାରେଡରେ ଅଂଶ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି ।

ସେପଟେ ସ୍କୁଲରେ ମଧ୍ୟ କଟକଣା ମଧ୍ୟରେ ପାଳନ ହେବ ସ୍ୱାଧୀନତା ଦିବସ । ସ୍କୁଲ ଗୁଡିକରେ ପ୍ରଧାନ ଶିକ୍ଷକ, ଶିକ୍ଷକ, ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ସ୍ୱାଧୀନତା ଦିବସ ପାଳନ ହେବ । ଭିଇସି ବା ଭିଲେଜ ଏଜୁକେସନ କମିଟି ପ୍ରେସିଡେଣ୍ଟଙ୍କ ଦ୍ୱାରା ପତକା ଉତ୍ତୋଳନ କରାଯିବ । ଯେଉଁ ସ୍କୁଲରେ କମିଟି ନାହିଁ, ସେଗୁଡିକରେ ପ୍ରଧାନ ଶିକ୍ଷକ ପତକା ଉତ୍ତୋଳନ କରିବେ । କିନ୍ତୁ କୌଣସି ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ ନାହିଁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

ଚଳିତ ବର୍ଷ କରୋନା ପାଇଁ ନିରାଡମ୍ବର ସ୍ଥାନରେ ପାଳନ ହେବ ସ୍ୱାଧୀନତା ଦିବସ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡରେ ୧୦୦ ଜଣ ଅତିଥିଙ୍କୁ ଆମନ୍ତ୍ରଣ କରାଯିବ। ସାମାଜିକ ଦୂରତା ସହ ଏହି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ଜନସାଧାରଣଙ୍କୁ କାର‌୍ୟ୍ୟକ୍ରମକୁ ଆସିବାକୁ ବାରଣ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top