X
Breaking News
ନ୍ୟୁଜ୍

ପୋଷ୍ଟର ବିବାଦ: ‘ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ’

ଭୁବନେଶ୍ୱର: ସବୁଆଡ଼େ ଏବେ ମିଷ୍ଟର କହ୍ନେୟା ଚର୍ଚ୍ଚା । ଫିଲ୍ମର ପୋଷ୍ଟର ଚହଳ ପକାଇଥିବା ବେଳେ ମାମଲା ଏବେ ଥାନରେ । ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଏନେଇ ମହିଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଷ୍ଟର ଚର୍ଚ୍ଚା ଦ୍ୱିଗୁଣିତ ହୋଇଛି ।

ତେବେ ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ଭୁବନେଶ୍ୱର ଡିସିପି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।  ପପୁଙ୍କ ଫିଲ୍ମ ପୋଷ୍ଟର ବିବାଦରେ ପ୍ରଯୋଜକ ଓ ପ୍ରଯୋଜନା ସଂସ୍ଥାକୁ ନୋଟିସ୍ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ସୋସିଆଲ ମିଡିଆରେ କିଏ ଏହି ପୋଷ୍ଟରକୁ ପୋଷ୍ଟ କରିଛନ୍ତି ସେ ନେଇ ତଦନ୍ତ ହେବ  । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି ।

ପୋଷ୍ଟରକୁ ନେଇ ବିବାଦ ଉପୁଜିବା ପରେ ପପୁ ନିଜ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସଫେଇ ଦେଇଛନ୍ତି । କିଏ ଏହି ପୋଷ୍ଟର କରିଛନ୍ତି ଜଣାନାହିଁ । କିନ୍ତୁ ପ୍ରଯୋଜନା ସଂସ୍ଥା ଏଭଳି କୌଣସି ପୋଷ୍ଟର କରି ନଥିବା ପପୁ କହିଛନ୍ତି । ଅନ୍ୟ ପଟେ କିନ୍ତୁ ଏହି ବିବାଦୀୟ ପୋଷ୍ଟରକୁ ନିଜ ହ୍ୱାଟ୍ସଆପ୍‌  ଷ୍ଟାଟସ୍‌ରେ ରଖିଥିବା ସ୍ୱିକାର କରିଛନ୍ତି ପପୁ । କିନ୍ତୁ ବିବାଦ ଆରମ୍ଭ ହେବା ପରେ ଏହି ଫଟୋ ହଟାଇ ଦେଇଛନ୍ତି ।

ତେବେ ଏହି ପୋଷ୍ଟର ପ୍ରଯୋଜନା ସଂସ୍ଥା ନା କିଏ ଜାଣିଶୁଣି କରିଛନ୍ତି ତାହା ତଦନ୍ତ ହେଲା ପରେ ଜଣାପଡ଼ିବ । କିନ୍ତୁ ପପୁ ମହିଳାମାନଙ୍କୁ ଏହି ଫିଲ୍ମରେ ଯଥେଷ୍ଟ ସମ୍ମାନ ଦେଇଥିବା କଥା କହିଛନ୍ତି । ଏହାସହ କିଛି କାରଣ ନଥାଇ ତାଙ୍କୁ ଅଯଥାରେ ଦୋଷ ଦିଆ ନଯାଉ ବୋଲି ମଧ୍ୟ ଅନୁରୋଧ କରିଛନ୍ତି କମେଡି କିଙ୍ଗ ପପୁ ପମ୍‌ପମ୍‌ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top