ନ୍ୟୁଜ୍

ବୋଲେରୋ ମଧ୍ୟରୁ ମୃତ ଦେହ ଠାବ, ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

dead body

ଢ଼େଙ୍କାନାଳ: ଢେ଼ଙ୍କାନାଳ ଗୁଡ଼ିଆକାଟେଣି ନିକଟରେ ଅଘଟଣ । ଏକ ବୋଲେରୋରୁ ମୃତ ଦେହ ଠାବ ହୋଇଛି । ମୃତକ ଜଣକ ଆଦିକନ୍ଦ ବେହେରା ବୋଲି ଜଣାପଡ଼ିଥିବାବେଳେ  ସେ ସ୍ଥାନୀୟ ଏକ କାରଖାନାର କର୍ମଚାରୀ ବୋଲି ସୂଚନା ମିଳିଛି । ଯାହାକୁ ନେଇ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । କୌଣସି ଏକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମାତ୍ର ତାଙ୍କର ସୁପରଭାଇଜର ଓ ଅନ୍ୟକେତେଜଣ କର୍ମୀ ମିଶି ପୋଲିସକୁ କୌଣସି ଖବର ନଦେଇ ମୃତ ଶରୀରକୁ ଏକ ବୋଲେରୋରେ ନେଇ ଯାଉଥିଲେ ।

ମୃତକଙ୍କ ଜଣେ ସମ୍ପର୍କୀୟ ଖବର ପାଇଁ ତାଙ୍କୁ ପିଛା କରିଥିଲେ । ଏହି ସମୟରେ ଗୁଡ଼ିଆକାଟେଣି ଛକ ନିକଟରେ ବୋଲୋରୋଟିର ଟାୟାର ଫାଟିଯିବାରୁ ସମସ୍ତେ ମୃତ ଶରରୀଟିକୁ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top