ଧର୍ମ

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ଜାରିହେବ 144  

DevaSnanaPurnima_

ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ଜାରି ହେବ 144 ଧାରା। ଚଳିତ ବର୍ଷ କରୋନା ସଂକ୍ରମଣ ରୋକିବାକୁ ଭକ୍ତଙ୍କ ବିନା ମହାପ୍ରଭୁଙ୍କ ସ୍ନାନଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଭକ୍ତଙ୍କ ପାଇଁ ସିଧାପ୍ରସାରଣର ବ୍ୟବସ୍ଥା କରାଯିବ। ଘରେ ବସି ଲୋକମାନେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିପାରିବେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ କରିବ ସ୍ନାନ ଯାତ୍ରାର ସିଧାପ୍ରସାରଣ। ଏଥିପାଇଁ ଘରୋଇ ଟିଭି ଚ୍ୟାନେଲଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଆଜିର ରୁକ୍ମଣୀ ହରଣ ଏକାଦଶୀ ଓ ଚମ୍ପକ ଦ୍ଵାଦଶୀ ଶ୍ରୀମନ୍ଦିର ଭିତରେ ହେବ। ଜିଲ୍ଲାପାଳ ବଲବନ୍ତ ସିଂ ଏନେଇ ସୂଚନା ଦେଇଛନ୍ତି।

ତେବେ ସ୍ନାନ ପୂର୍ଣ୍ଣିମାର ସିଧାପ୍ରସାରଣକୁ ନେଇ ସମୀକ୍ଷା ବୈଠକ ହେଉଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସଞ୍ଜୟ ସିଂହ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର, ଜିଲ୍ଲାପାଳ ବଳବନ୍ତ ସିଂହ, ଏସପି ଉମାଶଙ୍କର ଦାସ ସ୍ଥିତି ଅନୁଧ୍ୟାନ କରିବା ପରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଚାଲିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top