ଜୀବନ ମନ୍ତ୍ର

ଜାଣନ୍ତୁ ଆଜିର ଦିନ କେଉଁ ରାଶି ପାଇଁ କ’ଣ ରହିଛି..

horoscope
Courtesy: www.indiatoday.in

ଅର୍ଗସ ବ୍ୟୁରୋ: ଆଜି ହେଉଛି ବର୍ଷର ଶେଷ ସୂର୍ଯ୍ୟପରାଗ । ଏହା ପୂର୍ଣ୍ଣଗ୍ରାସ ନୁହେଁ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ । ଏହି ସୂର୍ଯ୍ୟପରାଗକୁ ରିଙ୍ଗ ଅଫ୍‌ ଫାୟାର୍‌ କୁହାଯାଉଛି । ଏହାର ପ୍ରଭାବ ସାରା ଦେଶରେ ଦେଖାଯାଉଥିବା ବେଳେ ଭାରତରେ ମଧ୍ୟ ଦେଖାଯାଇଛି । ଏହା ସକାଳ ୮.୨୦ରୁ ଆରମ୍ଭ ହେବ ଏବଂ ୧୧.୧୪ ମିନିଟ୍‌ ପରେ ସର୍ବମୋକ୍ଷ ପାଇବ । ସୂର୍ଯ୍ୟପରାଗର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ୨୫ ଡିସେମ୍ବର ରାତି ୮.୧୭ ମିନିଟ୍‌ରୁ ପାକ ତ୍ୟାଗ୍ କରାଯାଇଛି । ତେବେ ସୂର୍ଯ୍ୟପରାଗ ହେଉ କିମ୍ବା ଚନ୍ଦ୍ର ଗ୍ରହଣ ଏହି ସମୟରେ ଏମିତି କିଛି କାର୍ଯ୍ୟ ରହିଛି ଯାହା କରିବା ଉଚିତ୍‌ ନୁହେଁ । ତେବେ କେମିତି ରହିବ ଆଜିର ଦିନ ଜାଣନ୍ତୁ…

ମେଷ: ମେଷ ରାଶି ଥିବା ଲୋକମାନେ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

ବୃଷ: ବୃଷ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ। ମନ ଖୁସି ରହିବ। ଶରୀର ସୁସ୍ଥ ରହିବ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବୌଦ୍ଧିକ ଚର୍ଚ୍ଚାଠାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିବ।

ସିଂହ: ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଜଳାଶୟଠାରୁ ଦୂରେଇ ରୁହନ୍ତୁ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କନ୍ୟା: ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ଆଧ୍ୟାତ୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ତୁଳା: ଦ୍ୱନ୍ଦ୍ୱ ଭିତରେ ରହିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧନପ୍ରାପ୍ତି ଯୋଗ ରହିଛି।

ବିଚ୍ଛା: ପରିବାରରେ ହସଖୁସିର ପରିବେଶ ରହିବ। ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।

ଧନୁ: ବ୍ୟସ୍ତତା ଭିତରେ ଦିନଟି କଟିବ। କାହାକୁ ଟାଣ କଥା କୁହନ୍ତୁ ନାହିଁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

ମକର: ବିବାହ ସ୍ଥିର ହୋଇପାରେ। ନୂତନ ବସ୍ତ୍ର କିଣି ପାରନ୍ତି। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ।

କୁମ୍ଭ: ମାନ-ସମ୍ମାନ ମିଳିବ। ଅପରାହ୍ଣ ପରେ ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ମୀନ: ଆତ୍ମ ବିସ୍ୱାସ ବଢ଼ିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପଦୋନ୍ନତିର ଯୋଗ ରହିଛି। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top