ଖେଳ

ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଆର୍ଚର ଦୀପିକା କୁମାରୀ ଓ ଆର୍ଚର ଅତନୁ ଦାସ

ଅର୍ଗସ ବ୍ୟୁରୋ : ଜୁଲାଇ 2 ତାରିଖରେ ଭାରତୀୟ ଆର୍ଚର ଦୀପିକା କୁମାରୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଆର୍ଚର ଅତନୁ ଦାସ। ପୂର୍ବରୁ ଉଭୟେ ସେମାନଙ୍କ ବିବାହ ଟୋକିଓ ଅଲମ୍ପିକ ପରେ କରିବାକୁ ଯୋଜନା କରିଥିଲେ କିନ୍ତୁ ଟୋକିଓ ଅଲମ୍ପିକ କରୋନାକୁ ଦୃଷ୍ଟିରେ ରଖି ଆରବର୍ଷକୁ ଘୁଞ୍ଚିଯିବାରୁ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଡି କୋଲକାତାର ଦ୍ୱିତୀୟ ଯୋଡି ଭାବେ ଗୋଟିଏ ଅଲମ୍ପିକରେ ଖେଳିବାକୁ ଯାଉଛନ୍ତି। ପୂର୍ବରୁ ପୂର୍ବତନ ଭାରତୀୟ ହକି ମିଡିଫିଲଡର ଭେସେ ପାଇସ ଏବଂ ପୂର୍ବତନ ବାସ୍କେଟ ବଲ ଖେଳାଳୀ ଜେନିଫର ସ୍ୱାମୀ – ସ୍ତ୍ରୀ ଭାବେ 1972 ମସିହା ଅଲମ୍ପିକ ଖେଳିଥିଲେ।

ତେବେ ଅତନୁ ଏବଂ ଦୀପିକାଙ୍କ ନିର୍ବନ୍ଧ 2018 ମସିହାରେ ହୋଇଥିଲା। ଉଭୟେ ରାଞ୍ଚି ଠାରେ କୋଭିଡ଼ -19ର ନିୟମାବଳୀ ପାଳନ କରି ଆଗାମୀ ଜୁଲାଇ ମାସ 2 ତାରିଖରେ ବିବାହ ବନ୍ଧନରେ ଆବନ୍ଧ ହେବାକୁ ଯାଉଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top