ଟିଭି

ପଦ୍ମାବତ ଲୁକରେ ଦୀପିକାଙ୍କ ଡଲ୍ ଭର୍ସନ, ଫଟୋ ଭାଇରାଲ୍

ନୂଆଦିଲ୍ଲୀ : ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଡ଼ଲ ଭର୍ସନ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ସବୁଠୁ ଖାସ୍ କଥା ହେଉଛି କି, ଏହି ଡ଼ଲକୁ ରାଣୀ ପଦ୍ମାବତୀଙ୍କ ଲୁକରେ ସଜା ଯାଇଛି। ପାରମ୍ପରିକ କପଡ଼ା ଏବଂ ଗହଣାରେ ଲଦି ହୋଇଥିବା ଏହି ଡ଼ଲ୍ ଦୀପିକାଙ୍କ ରାଣୀ ପଦ୍ମାବତୀ ଅବତାରର କପି ଭଳି ଲାଗୁଛି। ତେବେ ଫିଲ୍ମ ପଦ୍ମାବତରେ ଦୀପିକାଙ୍କ ଭୂମିକାକୁ ଖୁବ୍ ପ୍ରଶଂସା କରାଯାଇଥିଲା।

ସଞ୍ଜୟ ଲୀଲା ଭଂସାଲୀ ଫିଲ୍ମ ପଦ୍ମାବତର ନିର୍ଦ୍ଦେଶକ ଥିଲେ। ଏଥିରେ ରଣବୀର ସିଂହ ଏବଂ ଶାହିଦ କାପୁର ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ। ରଣବୀର ଫିଲ୍ମରେ ଆଲାଉଦ୍ଦୀନ ଖିଲଜୀଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ଶାହିଦ କାପୁର ମହାରାୱଲ ରତନ ସିଂହଙ୍କ ଭୂମିକାରେ ଥିଲେ। ଏହି ଫିଲ୍ମ ବିବାଦ ଘେରକୁ ମଧ୍ୟ ଆସିଥିଲା। ତେବେ ବକ୍ସ ଅଫିସରେ ଏହି ଫିଲ୍ମ ହିଟ୍ ମଧ୍ୟ ହୋଇଛି।

ରଣବୀର ସିଂହଙ୍କ ସହ ଦୀପିକା ଖୁବ୍ ଶୀଘ୍ର ଫିଲ୍ମ 83ରେ ନଜର ଆସିବେ। ସେ ଫିଲ୍ମ ମହାଭାରତରେ ଦ୍ରୌପଦ୍ରୀଙ୍କ ଭୂମିକା ଗ୍ରହଣ କରିବେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top