ଦେଶ

ଆଜି ସଂସଦରେ ଉଠିପାରେ ଚାଇନାର ଗୁପ୍ତଚର ପ୍ରସଙ୍ଗ

ନୂଆଦିଲ୍ଲୀ:  ଭାରତ ଲଦାଖ ସୀମାରେ ଚୀନ୍ ସହିତ ବିବାଦ ଜାରି ରହିଥିବା ବେଳେ ଏହି ସମୟ ମଧ୍ୟରେ ଚୀନ ର ସାଇବର ଗୁପ୍ତଚର ମାମଲା ମଧ୍ୟ ସାମ୍ନାକୁ ଆସିଛି। ଚୀନ୍ ଭାରତର ପ୍ରାୟ ଦଶ ହଜାର ଲୋକଙ୍କ ଡିଜିଟାଲ୍ ତଥ୍ୟ ସଂଗ୍ରହ କରିଛି, ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ଅନେକ ବଡ ବ୍ୟକ୍ତିତ୍ୱ ଅନ୍ତର୍ଭୁକ୍ତ। ଏ ନେଇ ଗଣମାଧ୍ୟମ ର ରିପୋର୍ଟ ଉପରେ ଆଜି ଲୋକସଭାରେ ଏହି ପ୍ରସଙ୍ଗ ଉଠିପାରେ। କଂଗ୍ରେସ ଦଳ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି।

କଂଗ୍ରେସ ଲୋକସଭା ସାଂସଦ ଏମ ଟାଗୋର ଏକ ମୁଲତବୀ ପ୍ରସ୍ତାବ ଦେଇଛନ୍ତି ଯେ ଚାଇନାର ଗୁପ୍ତଚର ମାମଲା ସାମ୍ନାକୁ ଆସିଛି, ଏହା ଗୁରୁତର। ଏହି ପରିପ୍ରେକ୍ଷୀରେ ଏହାକୁ ଗୃହରେ ଆଲୋଚନା କରାଯିବା ଉଚିତ୍। ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ ପ୍ରସଙ୍ଗରେ ଲୋକସଭାରେ ଉତ୍ତର ରଖି ପାରନ୍ତି। ଦୀର୍ଘ ଦିନ ଧରି ଲଦାଖ ସୀମାରେ ଚାଲିଆସୁଥିବା ଉତ୍ତେଜନା ପ୍ରସଙ୍ଗରେ ରାଜନାଥ ସିଂ ତାଙ୍କ ବିବୃତ୍ତି ଦେବେ ଏବଂ ଗୃହକୁ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଅବଗତ କରାଇବେ। ସରକାରଙ୍କ ସହ ପରିସ୍ଥିତିକୁ ସ୍ପଷ୍ଟ କରିବାକୁ କଂଗ୍ରେସ ପକ୍ଷରୁ କ୍ରମାଗତ ଦାବି କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top