ଦେଶ

ବିଷ ବଳୟ ଭିତରେ ଦିଲ୍ଲୀ, ୪୦୭ ଟପିଲା ଏୟାର କ୍ୱାଲିଟି ଇଣ୍ଡେକ୍ସ

delhi

ନୂଆଦିଲ୍ଲୀ: ବିଷ ବଳୟ ଭିତରେ ଦିଲ୍ଲୀ । ଦିନକୁ ଦିନ ବଢିବାରେ ଲାଗିଛି ରାଜଧାନୀ ପ୍ରଦୂଷଣ ମାତ୍ରା । ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ବାୟୁମଣ୍ଡଳ ଅବସ୍ଥା ଖରାପ ହେବାରେ ଲାଗିଛି । ଧୂଆଁ ଭିତରେ ବୁଡି ରହିଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ପ୍ରଦୂଷଣ ସ୍ତର ଏତେ ଭୟଙ୍କର ହୋଇଯାଇଛି ଯେ ଲୋକେ ପଦାକୁ ପାଦ କାଢ଼ିବାକୁ ଭୟ କରୁଛନ୍ତି। ଗୁରୁବାର ଏୟାର କ୍ବାଲିଟି ଇଣ୍ଡେକ୍ସ 407 ପାର କରିଥିବା ରେକର୍ଡ କରାଯାଇଛି ।

ସେହିପରି ଅତ୍ୟଧିକ ଖରାପ ସ୍ତରରେ ନୋଏଡାର ବାୟୂ ପ୍ରଦୂଷଣ ପହଞ୍ଚିଥିବାବେଳେ ଗୁରୁବାର ଏୟାର କ୍ବାଲିଟି ଇଣ୍ଡେକ୍ସ 416 ପାର କରିଛି । ଯାହାଫଳରେ ନଲେଜ ପାର୍କ-3 ଅନୁଯାୟୀ ଗ୍ରେଟର ନୋଏଡା ବାୟୁ ପ୍ରଦୂଷଣ ସ୍ତର ଗମ୍ଭୀର ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top