ଦେଶ

ଦିଲ୍ଲୀ ସରକାରଙ୍କ ଫ୍ରି ଓ୍ୱାଇଫାଇ ଘୋଷଣା, ପ୍ରତ୍ୟେକ ମାସରେ ମିଳିବ ୧୫ଜିବି ଡାଟା

kejriwal

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ ବୁଧବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ବସ ଷ୍ଟାଣ୍ଡରେ 3000 ଓ୍ୱାଇଫାଇ ହଟସ୍ପଟ ଲାଗାଯିବ। ପ୍ରତ୍ୟେକ ବ୍ୟବହାରକାରୀଙ୍କୁ ପ୍ରତି ମାସରେ 15 ଜିବି ଫ୍ରି ଡାଟା ମିଳିବ । ତେବେ ଏହାର ଆରମ୍ଭ 16 ଡିସେମ୍ବରରେ ହୋଇପାରେ ।

ଫ୍ରି ଓ୍ୱାଇଫାଇକୁ ନେଇ କ୍ୟାବିନେଟ୍‌ରେ ମଞ୍ଜୁରୀ ଓ ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଶେଷ ହୋସାରିଛି। କ୍ୟାବିନେଟ 8 ଅଗଷ୍ଟରେ 4000 ବସ୍‌ଷ୍ଟପ ଓ ପ୍ରତ୍ୟେକ  ବିଧାନସଭାରେ 100 ହଟସ୍ପଟ ଲଗାଇବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି । ହଟସ୍ପଟର 50 ମିଟର ରେଞ୍ଜ ଭିତରେ ଯେତେ ଲୋକ ଥିବେ ସେମାେନ ଏହି ଓ୍ୱାଇଫାଇ ସେବାକୁ ବ୍ୟବହାର କରି ପାରିବେ । ଏଥିପାଇଁ ସରକାର  ପାଖାପାଖି100 କୋଟି ଟଙ୍କା ଖର୍ଚ୍ଚ କରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top