ଦେଶ

ଲଞ୍ଚ ହେଲା ଦିଲ୍ଲୀ କରୋନା ଆପ୍, କୋଭିଡ୍ ହସ୍ପିଟାଲର ବେଡ୍ ଓ ଭେଣ୍ଟିଲେଟର ସଂଖ୍ୟା ବିଷୟରେ ଦେବ ସୂଚନା

ଅର୍ଗସ ବ୍ୟୁରୋ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀରେ କରୋନା ସ୍ଥିତିକୁ ନେଇ ପ୍ରେସ୍ ବାର୍ତ୍ତା ଜାରି କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଦିଲ୍ଲୀରେ କେଉଁ ହସ୍ପିଟାଲରେ କେତେ ବେଡ୍ ଖାଲି ଅଛି କେତେ ଭେଣ୍ଟିଲେଟର ଅଛି ସେ ନେଇ ସୂଚନା ଦେବ ଏକ ଆପ୍। ଏହି ଆପର ନାମ ଦିଲ୍ଲୀ କରୋନା ରଖାଯାଇଛି। ଏହାଦ୍ଵାରା ଦିଲ୍ଲୀରେ କରୋନା ରୋଗୀଙ୍କୁ ହସ୍ତସନ୍ତ ହେବାକୁ ପଡ଼ିବ ନାହିଁ।

କେଜ୍ରିୱାଲ ପୁଣି କହିଛନ୍ତି ଯେ, ଯେଉଁଠାରେ କରୋନା ପହଞ୍ଚେ ସେଠାରେ ସଂକ୍ରମଣ ବୃଦ୍ଧି କରେ। ଦିଲ୍ଲୀରେ ପ୍ରାୟ 4100 ବେଡ୍ ଖାଲି ରହିଛି। କିନ୍ତୁ ଲୋକମାନେ ଏଥିପ୍ରତି ଅବଗତ ନାହାଁନ୍ତି। ଫଳରେ ଅସୁବିଧା ସୃଷ୍ଟି ହେଉଛି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଏକ ଆପ୍ ଲଂଚ୍ କରାଯାଇଛି। ଏଥିରେ ସମସ୍ତ ସରକାରୀ ହସ୍ପିଟାଲର ସୂଚନା ପ୍ରଦାନ କରାଯିବ। ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରେ ଯାଇ ଡାଉନଲୋଡ କରିହେବ। ଯଦି ସ୍ମାର୍ଟ ଫୋନ୍ ନାହିଁ ତେବେ ୱେବ୍ ପେଜରେ ଯାଇ ଦେଖିପାରିବେ। ଏହି ଆପକୁ 2 ଥର ଅପଡେଟ୍ କରାଯିବ। ସକାଳ 10ଟାରେ ଏବଂ ସନ୍ଧ୍ୟା 6ଟାରେ ଏହି ଆପ୍ ଅପଡେଟ୍ ହେବ। ଏଥିପାଇଁ 800007722 ନମ୍ବରରେ ହ୍ଵାଟସଆପ କରିପାରିବେ।

କେବଳ ସେତିକି ନୁହେଁ କେଜ୍ରିୱାଲ ପୁଣି କହିଛନ୍ତି ଯେ, ଯଦି ବେଡ ଥିବା ସତ୍ତ୍ଵେ ଆପଣଙ୍କୁ ଭର୍ତ୍ତି କରାଯିବ ନାହିଁ ତେବେ 1031 ନମ୍ବରରେ ତୁରନ୍ତ ଫୋନ୍ କରି ଅଭିଯୋଗ କରିପାରିବେ। ଏହାପରେ ତୁରନ୍ତ ସହାୟତା ଯୋଗାଇ ଦିଆଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top