ଅପରାଧ

ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଉଦ୍ଧାର !

Dead body

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଭଜନପୁରା ଅଞ୍ଚଳରେ ଆଜି ଦ୍ଵିପ୍ରହରରେ ପୁଣି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକମାନେ ହେଉଛନ୍ତି ଶମ୍ଭୁ କୁମାର, ସୁନୀତା ଦେବି, ଶିବମ, ସଚିନ ଏବଂ କୋମଲ । ତେବେ ସେମାନଙ୍କୁ କେହି ହତ୍ୟା କରି ଏକ ଘରେ ବନ୍ଦ କରିଥିବା ପୋଲିସ ସନ୍ଦେହ କରୁଛି ।

ପୋଲିସର ପ୍ରାରମ୍ଭିକ ସୂଚନାନୁଯାୟୀ, ଭଜନପୁରା ଅଞ୍ଚଳରେ ସଡ଼ି ଗଳିରେ ଯେଉଁ ମୃତଦେହ ଜବତ ହୋଇଛି ସେମାନେ ଗୋଟିଏ ପରିବାରର ପତି-ପତ୍ନୀ ଏଵଂ ତିନି ଜଣ ଶିଶୁ । ଶିଶୁମାନଙ୍କର ବୟସ ଯଥାକ୍ରମେ  ୧୮, ୧୬ ଏବଂ ୧୨ ବୋଲି ଜଣାପଡ଼ିଛି । ତେବେ ମୃତକଙ୍କ ମଧ୍ୟରେ ଥିବା ପୁରୁଷ ଲୋକ ଜଣଙ୍କ ବ୍ୟାଟେରୀ ରିକ୍ସା ଚଳାଉଥିଲେ ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top