ଦେଶ

ପ୍ରଦୂଷଣ ରୋକିବାକୁ ଦିଲ୍ଲୀରେ ଅଡ୍‌ ଇଭେନ୍‌ ଅବଧି ବଢ଼ିଲା

Delhi pollution

ଗମ୍ଭୀର ପରିସ୍ଥିତିରେ ଦିଲ୍ଲୀ-ଏନସିଆରର ପ୍ରଦୂଷଣ । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ବୁଧବାର ଦିନ ଅଡ଼୍‌ ଇଭେନ ରୁଲର ଅବଧିକୁ ବଢାଇବା ପାଇଁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି ଆବଶ୍ୟକ ପଡିଲେ ଅଡ଼୍‌ ଇଭେନ୍‌ ନିୟମର ତାରିଖକୁ ଆହୁରି ବଢାଇ ଦିଆଯାଇପାରେ । ଅନ୍ୟପଟେ ପ୍ରଦୂଷଣ ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ବୁଧବାର ଦିଲ୍ଲୀ ସରକାର ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଗତ ବର୍ଷ 1 ଅକ୍ଟୋବରରୁ 31 ଡିସେମ୍ବର ପର୍ଯ୍ୟନ୍ତ ରିପୋର୍ଟ ରଖିବାକୁ । ଏହି ନିର୍ଦ୍ଦେଶ, ଅଦାଲତ ଅଡ୍‌ ଇଭେନ ଯୋଜନାର ବିରୋଧରେ ହୋଇଥିବା ମାମଲାର ଶୁଣାଣୀ ସମୟରେ କହିଛନ୍ତି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ମୋଟ ପ୍ରଦୂଷଣ ହାର 467 ରହିଥିଲା । ଆଗାମୀ ଦୁଇ ଦିନ ଯାଏଁ ସ୍ଥିତି ଅଧିକ ବିଗିଡ଼ିବାର ସମ୍ଭାବନା ଦେଖାଯାଉଛି । ହରିୟାଣା ଓ ପଞ୍ଜାବର ଚାଷ ଜମିରେ ନଡା ଜଳିବା ସହି ପରିବର୍ତ୍ତିତ ଜଳବାୟୁ ଯୋଗୁଁ ଦିଲ୍ଲୀବାସୀ ଦୂଷିତ ବାୟୁରେ ଅସ୍ତବ୍ୟସ୍ତ ହେଉଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top