ଦେଶ

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀ ଉପ ମୂଖ୍ୟମନ୍ତ୍ରୀଙ୍କ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦର ଜୈନ କରୋନା ପଜିଟିଭ୍‌ ଚିହ୍ନଟ । ଭୀଷଶ ଜ୍ୱର ଓ ଅମ୍ଳଯାନ ମାତ୍ରା କମିବାରୁ ତାଙ୍କୁ ମଙ୍ଗଳବାର ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 55 ବର୍ଷୀୟ ସତ୍ୟେନ୍ଦରଙ୍କ ସ୍ୱାସ୍ଥ୍ୟବସ୍ଥା ଲଗାତାର ବିଗିଡ଼ିବାକୁ ଲାଗିଥିଲା । ପରେ ତାଙ୍କ ସାମ୍ପଲ ଟେଷ୍ଟ ପାଇଁ ଗ୍ରହଣ କରାଯାଇଥିଲ । ତେବେ ଆଜି ଟେଷ୍ଟ ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି । ଏହାସହ ତାଙ୍କର ଚିକତ୍ସା ଜାରି ରହିଥିବା ସୂଚନା ମିଳିଛି ।

ଦିଲ୍ଲୀ ହାଲ ବେହାଲ ହେବାରେ ଲାଗିଛି । ଲଗାତାର କରୋନା ମାମଲା ବୃଦ୍ଧି ପାଉଛି । ଅପରାହ୍ନରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଦିଲ୍ଲୀରେ ସ୍ଥିତି କଣ ଥିବ ତାହା ସ୍ପଷ୍ଟ ଅନୁମେୟ ।

ଏହାଛଡ଼ା ଆମ ଆଦମି ପାର୍ଟିର ଏମଏଲଏ ଆତିସୀ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଠାରେ ଲକ୍ଷଣ ପରିଲକ୍ଷିତ ହୋଇଥିଲା  । କିନ୍ତୁ ପରେ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top