ଦେଶ

ଖୁବଶୀଘ୍ର ଚଳାଚଳ ହୋଇପାରେ ଦିଲ୍ଲୀ ମେଟ୍ରୋ, ସମାଜିକ ଦୂରତାକୁ ଗୁରୁତ୍ୱ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଙ୍କଟ ପାଇଁ ଜାରି ରହିଛି ଲକ୍‌ ଡାଉନର ତୃତୀୟ ପର୍ଯ୍ୟୟ । ଆଉ ଦୁଇ ଦିନ ପରେ ଜାରି ହେବ ଲକ୍‌ ଡାଉନ୍ ଚତୁର୍ଥ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ରେ କୌଣସି କୋହଳ ହୋଇ ନଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ କିଛି କୋହଳ ହୋଇଥିଲା ତୃତୀୟ ପର୍ଯ୍ୟାୟ ରେ ଗ୍ରାମ୍ୟ ଅର୍ଥନୀତିକୁ ଗୁରୁତ୍ୱ ଦେବା ସହ ଅନ୍ତ ରାଜ୍ୟ ଯାତାୟତ କୁ ଅନୁମତି ଦିଆଯାଇଛି। ଏବେ ରେଳ ମନ୍ତ୍ରାଳୟ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଥିବାରୁ ଅନେକ ଅଫିସ ମଧ୍ୟ ଖୋଲିଛି।  ଏହା ଭିତରେ ଦିଲ୍ଲୀରେ ମେଟ୍ରୋ ଚଳାଚଳ ମଧ୍ୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି।

ଦିଲ୍ଲୀ ଏନସିଆରରେ ମେଟ୍ରୋ ରେଳ ସେବା ପୁନଃ ଆରମ୍ଭ କରିବାକୁ ସରକାର ଖୁବଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବେ। ସରକାରୀ ନିଷ୍ପତି ପରେ ମେଟ୍ରୋରେ ଯାତ୍ରା କରିବା ପାଇଁ ଯାତ୍ରୀମାନେ କିଛି ନୀତି ନିୟମ ଅନୁସରଣ କରିବେ ବୋଲି ପ୍ରୋଟୋକଲ ଅଫିସର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

ବର୍ତ୍ତମାନ DMRC ଟ୍ରେନ୍ ଏବଂ ଷ୍ଟେସନର ଇନଡୋର ଅଞ୍ଚଳରେ ଆବଶ୍ୟକ ସଫେଇ ପ୍ରଣାଳୀ ଗ୍ରହଣ କରୁଛି ଯେପରିକି ପ୍ରବେଶ ଲବି, କରିଡର, ସିଡ଼ି, ଏସ୍କାଲେଟର, ଲିଫ୍ଟ, ସୁରକ୍ଷା କ୍ଷେତ୍ର ଇତ୍ୟାଦି | ସମାଜିକ ଦୂରତାକୁ ଲକ୍ଷ କରି ସିଟ ଗୁଡିକ ମଝିରେ ମଧ୍ୟ ନ ବସିବାକୁ ପୋଷ୍ଟର ଲଗାଯାଇଛି।

ଅନ୍ୟାନ୍ୟ ଆବଶ୍ୟକୀୟ ଲଜିଷ୍ଟିକ୍ ବ୍ୟବସ୍ଥା ଯେପରିକି ଷ୍ଟେସନରେ ହ୍ୟାଣ୍ଡ ସାନିଟାଇଜେସନ୍ / ଥର୍ମାଲ୍ ସ୍କ୍ରିନିଂ ଏବଂ ସାମାଜିକ ଦୂରତା ସମ୍ବନ୍ଧୀୟ ସଙ୍କେତ ସ୍ଥାପନ ପାଇଁ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ମଧ୍ୟ କରାଯାଉଛି। ପୂର୍ବରୁ CISF ଦିଲ୍ଲୀ ମେଟ୍ରୋ ଚଳାଚଳ ନେଇ ଏକ ପ୍ରସ୍ତାବ ଦେଇଥିଲେ। ଦିଲ୍ଲୀ ମେଟ୍ରୋ ରେ ଯାତାୟତ ପାଇଁ ଅରୋଗ୍ୟ ସେତୁ ଆପ ଏବଂ ମାସ୍କ ବାଧ୍ୟତାମୂଳକ କରାଯିବ ବୋଲି କୁହାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top