ଦେଶ

ଶୋଇଥିବା ଅବସ୍ଥାରେ ଚଢ଼ିଗଲା ବସ୍‌, ୭ ମୃତ

ବୁଲନ୍ଦସର:  ଶୋଇଥିବା ତୀର୍ଥଯାତ୍ରୀଙ୍କ  ଉପରେ ଏକ  ବସ୍‌ ଚଢି ଯିବାରୁ 7 ଜଣଙ୍କର ମୃତ ଘଟିଛି । ନରୋରାର  ଗାନ୍ଧୀ ଘାଟର ଶ୍ମସାନ ଘାଟର ରାସ୍ତା  ପାର୍ଶ୍ୱରେ ଶୋଇଥିବା 4 ମହିଳା ଓ ତିନି ଶିଶୁଙ୍କ ଉପରେ ଏକ ଯାତ୍ରୀବାହି ବସ୍‌ ଚଢିଯିବା ଫଳରେ ସେମାନଙ୍କର ମୃତ ଘଟିଛି ।  ଶୁକ୍ରବାର ସକାଳେ ଉତ୍ତର ପ୍ରଦେଶ ଅନ୍ତର୍ଗତ ବୁଲନ୍ଦସରର ଏହି  ବଡ଼ ଅଘଟଣ ଘଟିଛି । ମୃତ ଘଟିଥିବା ଲୋକମାନେ ଜମ୍ମୁ ଓ କଶ୍ମୀରସ୍ଥିତ ମାତା ବୈଷ୍ଣୋଦେବୀ ପୀଠରୁ ତୀର୍ଥଯାତ୍ରା ସାରି ହାଥ୍ରସ ଜନପଦକୁ ଫେରୁଥିଲେ।

ଅକ୍ଟୋବର ୩ ତାରିଖରେ ମୋହନପୁର ଗାଁରୁ ତୀର୍ଥ ଯାତ୍ରାରେ ୫୬ ଜଣ ଲୋକ ବାହାରିଥିଲେ । ଫେରିବା ବାଟରେ ରାତି ପ୍ରାୟ ୨: ୩୦ ମିନିଟ୍‌ରେ ବିଶ୍ରାମ ନେବା ପାଇଁ ଆଗ୍ରା-ମୋରାଦାବାଦ ରାଜପଥର ଗାନ୍ଧୀ ଘାଟ ନିକଟରେ ଡ୍ରାଇଭର୍‌ ବସ୍‌ ଅଟକାଇଥିଲେ । ସେହି ବସ୍‌ରୁ ସାତ ଜଣ ଓହ୍ଲାଇ ପଡ଼ି ରାସ୍ତାକଡ଼ରେ ଶୋଇପଡ଼ିଥିଲେ । ରାତି ପ୍ରାୟ ୪ଟା ବେଳେ ଗୋଟାଏ ଯାତ୍ରୀ ବାହି ଦ୍ରୁତଗାମୀ ବସ୍‌ ସେମାନଙ୍କ ଉପରେ ଚଢ଼ିଯାଇଥିଲା।

ପୋଲିସ କହିବା ଅନୁସାରେ, ଘଟଣାସ୍ଥଳରରେ ହିଁ ସେମାନଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ପରିବାରର ତିନି ଜଣ ସଦସ୍ୟ। ବ୍ୟବଚ୍ଛେଦ ନିମନ୍ତେ ଶବଗୁଡ଼ିକୁ ପଠାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ହାତ ପାଣ୍ଠିରୁ ସମସ୍ତ ମୃତକଙ୍କୁ 2-2 ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top