ଦେଶ

ଦିଲ୍ଲୀ ଦଙ୍ଗାରେ ଚକ୍ରାନ୍ତ କରିଥିବା 15 ଜଣ ଅଭିଯୁକ୍ତଙ୍କ ବିରୋଧରେ 20 ହଜାର ପୃଷ୍ଟା ବିଶିଷ୍ଟ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ

ଅର୍ଗସ ବ୍ୟୁରୋ : ଦିଲ୍ଲୀ ଦଙ୍ଗା ପାଇଁ ଚକ୍ରାନ୍ତ କରିଥିବା 15 ଜଣ ଅଭିଯୁକ୍ତଙ୍କ ବିରୋଧରେ କଡକଡୁମା କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଦିଲ୍ଲୀ ପୋଲିସ। 20 ହଜାର ପୃଷ୍ଟା ବିଶିଷ୍ଟ ଏକ ଚାର୍ଜସିଟ୍ ଦାଖଲ ହୋଇଛି। ଦିଲ୍ଲୀ ଦଙ୍ଗା ପାଇଁ ପ୍ଲାନ କରିଥିବା 20 ଜଣ ଲୋକଙ୍କୁ ଏଯାଏଁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ 15 ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରାଯାଇଛି।

ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ, ଆଇପିସି ଏବଂ ଆର୍ମି ଆକ୍ଟ ଧାରା ଆଧାରରେ ମାମଲା ରୁଜୁ କରାଯାଇଛି। ସ୍ପେଶାଲ ଦ୍ଵାରା ଦାୟର କରାଯାଇଥିବା ଏହି ଚାର୍ଜସିଟରେ ଉମର ଖାଲିଦା ଏବଂ ଶରଜିଲ ଇମାମର ନାମ ନାହିଁ। ଏହି ଦୁଇ ଜଣଙ୍କୁ କିଛି ଦିନ ପୂର୍ବରୁ ଗିରଫ କରାଯାଇଥିଲା। ଏଥିପାଇଁ ସେମାନଙ୍କର ନାମ ପରବର୍ତ୍ତୀ ଚାର୍ଜସିଟରେ ରହିବ।

ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦାର ଦିଲ୍ଲୀ ଦଙ୍ଗା ପ୍ଲାନରେ ମୁଖ୍ୟ ଭୂମିକା ରହିଛି। ସୁନିୟୋଜିତ ଉପାୟରେ ଏହି ଦଙ୍ଗା ରଚାଯାଇଥିଲା। ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍ ଦ୍ଵାରା ଗିରଫ ହୋଇଥିବା ଉମର ଖାଲିଦାକୁ ପଚରାଉଚୁରା ସମୟରେ ଏହା ସାମ୍ନାକୁ ଆସିଛି। ପୋଲିସ ଉମର ଖାଲିଦାର ମୋବାଇଲ ଫରେନ୍ସିକ୍ ରିପୋର୍ଟ ମାଗିଛି। ଏହାର ବିଶ୍ଳେଷଣ କରିଛି। ଉମର ଖାଲିଦାର 40 ଜିବି ଡାଟା ଦଙ୍ଗା ସହ ସମ୍ବନ୍ଧିତ ରହିଛି। ସ୍ପେଶାଲ ସେଲ୍ ଖାଲିଦାକୁ 10 ଦିନ ରିମାଣ୍ଡରେ ନେଇଛି। ଯାଂଚରେ ଏହା ମଧ୍ୟ ଜଣା ପଡ଼ିଛି କି, ଉମର ଖାଲିଦା ପୂର୍ବ ଦିଲ୍ଲୀରେ ବହୁ ଧାରଣା ସ୍ଥଳୀରେ ଭ୍ରମାତ୍ମକ ଭାହଣ ଦେଇଥିଲା। ଏଥିରେ ପ୍ରଦର୍ଶନକାରୀଙ୍କୁ ଉସକା ଯାଇଥିଲା। ବହୁ ହ୍ଵାଟସଆପ ଗ୍ରୁପ କରି ଖାଲିଦା ଲୋକମାନଙ୍କୁ ଦଙ୍ଗା ପାଇଁ ପ୍ରବର୍ତ୍ତାଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top