ଅପରାଧ

ଦିଲ୍ଲୀ: ମହିଳା ସବ୍‌ ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ରୋହିଣୀ ନାଥ ଅଞ୍ଚଳରେ ଦିଲ୍ଲୀ ପୋଲିସ୍‌ର ଜଣେ ମହିଳା ସବ୍‌ ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଦୁର୍ବୃତ୍ତମାନେ ରୋହିଣୀ ଇଷ୍ଟ ମେଟ୍ରୋ ଷ୍ଟେସନ ନିକଟରେ ତାଙ୍କୁ ଦୁଇଟି ଗୁଳି ମାରିଥିଲେ । ପୋଲିସ୍‌ ଶବକୁ ପୋଷ୍ଟମୋର୍ଟମ ପାଇଁ ପଠାଇଦେଇଛି, ଏଥିସହିତ ତଦନ୍ତ ଜାରି ରଖିଛି । ପୋଲିସ୍‌ ସୂଚନାନୁଯାୟୀ ଇନ୍ସପେକ୍ଟର ପ୍ରୀତି ଅହଲାୱତଙ୍କୁ  ରାତି 9ଟା 30ରେ ଗୁଳି ମାରିବାର ଖବର ଆସିଥିଲା ।

ଦିଲ୍ଲୀ ପୋଲିସ କହିବା ଅନୁସାରେ ମହିଳା ସବ ଇନ୍ସପେକ୍ଟର ପ୍ରୀତି ଅହଲାୱ ୨୦୧୮ରେ ଦିଲ୍ଲୀ ପୋଲିସରେ ଯୋଗଦେଇଥିଲେ । ପ୍ରୀତି ଏକ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିଲେ । ଏହି ମାମଲାରେ ତାଙ୍କୁ ଲଗାତାର ଧମକ ମଧ୍ୟ ମିଳୁଥିଲା । ଘଟଣାରେ ପୋଲିସ୍‌ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ର ମାଧ୍ୟମରେ ଅଭିଯୁକ୍ତକୁ ଚିହ୍ନଟ କରିବାରେ ଚେଷ୍ଟା ଚଳାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top