ଅପରାଧ

କାର୍‌ ଭିତରୁ ମିଳିଲା ଡାକ୍ତର ଓ ମହିଳାଙ୍କ ଶବ

murder

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ କାର ଭିତରୁ ଦଇଟି ଶବ ମିଳିବାରୁ ଲୋକମାନଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାର ସୁଚନାମିଳିବା ମାତ୍ରେ  ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ବ୍ୟାରିକେଡିଂ କରିବା ସହ ଶବକୁ ନିଜ କଷ୍ଟଡିକୁ ନେଇ  ପୋଷ୍ଟମୋର୍ଟମ ପାଇଁ ପଠାଇ ଦେଇଛି ।

ପୋଲିସ୍‌  ଡିସିପି ରୋହିଣୀ ଏସଡି ମିଶ୍ରା  ଘଟଣାର ସୁଚନା ଦେଇ କହିଛି ଯେ, ବୁଧବାର ସକାଳେ ରୋହିଣୀ ଅଞ୍ଚଳରେ ଏକ କାରର୍‌ରୁ ଜଣେ ମହିଳା ଓ ପୁରୁଷର ଶବ ମିଳିଛି । ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ, ପୁରୁଷ ମହିଳାକୁ ଗୁଳି ମାରିବା ପରେ ନିଜେ ଆତ୍ମହତ୍ୟା କରିଛି । ତେବେ ମୃତ ବ୍ୟକ୍ତି ନିଜର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ଏହି ଘଟଣା ଘଟାଇଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି ।

ମୃତକ ଓମପ୍ରକାଶ କୁକରେଜ ଓ ସୁଦିପ୍ତା ରୋହିଣୀ ସେକ୍ଟର-13 ର ବାସିନ୍ଧା ।ସୁଦିପ୍ତା ମୁଖାର୍ଜୀ ରୋହିଣୀର ନିର୍ବାଣ ନର୍ସିଂହୋମରେ ଏମଡି ଥିବା ବେଳେ ଓମପ୍ରକାଶ କୁକରେଜ୍‌ ସେହି ନର୍ସିଂହୋମରେ ଡାକ୍ତର ଥିଲେ । ପୋଲିସ୍‌ ସୁଚନାନୁଯାୟୀ ଉଭୟଙ୍କର ପ୍ରେମ ସମ୍ପର୍କ ରହିଥିଲା । ସୁଦିପ୍ତା ମୁଖାର୍ଜି  ଓମପ୍ରକାଶଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲେ । ଯେଉଁଥିପାଇଁ ସେ ଚିନ୍ତାରେ ଥିଲେ । ଏଥିସହିତ ଓମପ୍ରକାଶ ପୂର୍ବରୁ ବିବାହିତ ଓ ତାଙ୍କ ଜଣେ  ଦିବ୍ୟାଙ୍ଗ ସ୍ତ୍ରୀ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top