ଦେଶ

କେଜରିଓ୍ୱାଲଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ଖୋଲିବ ସମସ୍ତ ଦୋକାନ, ଗୋଟିଏ ସପ୍ତାହ ପାଇଁ ବର୍ଡର ସିଲ୍‌

ନୂଆଦିଲ୍ଲୀ:  ଦେଶରେ ଜାରି ରହିଥିବା କୋରୋନା  ମାହାମାରୀ ମଧ୍ୟରେ  ଆଜି ଏକ ନୂଆ ଆରମ୍ଭ ହେବାକୁ ଯାଉଛି । 24 ମାର୍ଚ୍ଚରୁ ଦେଶରେ ଜାରି ରହିଥିବା  ଲକଡାଉନ୍‌ ରେ ଆଜି ପଞ୍ଚମ ଚରଣର ଆରମ୍ଭ ହେଉଛି । ଯାହାକୁ ଅନଲକ୍‌-1 ନାଁ ଦିଆଯାଇଛି । ଏହାରି ଅନୁସାରେ  ଆଜି ସାରା ଦେଶରେ କିଛି ରାହତ  ମିଳିବ  ଏବଂ  କେବଳ କୋରୋନା ଦ୍ୱାରା ପ୍ରଭାବିତ କଣ୍ଟେନମେଣ୍ଟ ଜେନ୍ ରେ ଲକଡାଉନ୍‌ ‌ କଡାକଡି ଭାବେ ପାଳନ କରାଯିବ  ।

ଏପଟେ ଆଜି  ଦିଲ୍ଲୀର ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜରିଓ୍ୱାଲ  ଏକ ପ୍ରେସ ମିଟ୍‌ କରିଛନ୍ତି । ସେ ଏହି ପ୍ରେସ ମିଟ୍‌ରେ   ଦିଲ୍ଲୀର ସମସ୍ତ ଦୋକାନ ଖୋଲା ଯିବ ।  ଏବେ  ଅଡ ଇଭେନ୍‌ ର ନିୟମ ଲାଗୁ ହେବ ନାହିଁ ବୋଲି ଦିଲ୍ଲୀ ସିଏମ କହିଛନ୍ତି ।  ଦିଲ୍ଲୀରେ ଏବେ ସେଲୁନର ଦୋକାନ ମଧ୍ୟ ଖୋଲିପାରିବ ବୋଲି ଏହି ପ୍ରେସ୍‌ କନଫରେନ୍ସରେ ଘୋଷଣା କରିଛନ୍ତି କେଜରିଓ୍ୱାଲ । ଏଥିସହିତ ଦିଲ୍ଲୀର ବର୍ଡର ଗୋଟିଏ ସପ୍ତାହ ପାଇଁ ସିଲ କରାଯିବା ନେଇ କେଜରିଓ୍ୱାଲ ଘୋଷଣା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top