ଅପରାଧ

ନୂଆଦିଲ୍ଲୀ ହିଂସା; ମୃତ୍ୟୁ ସଂଖ୍ୟା ୨୪, ଗିରଫ ହେଲେଣି ୧୦୬

Delhi Protests

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ବିଦ୍ରୋହୀଙ୍କ ତାଣ୍ଡବଲୀଳା । ଗତ ସୋମବାର ଠାରୁ ଦିଲ୍ଲୀରେ ଦମନଲୀଳା କରୁଥିବା ବିଦ୍ରୋହୀମାନେ ଆହୁରି ହିଂସ୍ର ହୋଇପଡ଼ିଛନ୍ତି । ଏହି ହିଂସାକାଣ୍ଡରେ ଏଯାବତ୍ 24 ଜଣ ପ୍ରାଣ ହରାଇଲେଣି । ଅନ୍ୟପଟେ ଏହି ଘଟଣାରେ ଏବେ ସୁଦ୍ଧା 106 ଜଣଙ୍କୁ ପୋଲିସ ଗିରଫ କାରିଥିବା ଜଣାପଡ଼ିଛି । 18 ଟି ଏଫ୍‌ଆଇଆର୍‌ ମଧ୍ୟ କରାଯାଇଛି । ହିଂସାକାଣ୍ଡ ସ୍ଥଳିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପହଞ୍ଚିଛନ୍ତି । ପରିସ୍ଥିତି ସମୀକ୍ଷା କରିବା ସହ ହିଂସାକାଣ୍ଡରେ ମୃତ ହେଡ୍‌ କନେଷ୍ଟବଳଙ୍କ ପରିବାରକୁ ଏକ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହା ସହ ତାଙ୍କ ପରିବାରର ଜଣଙ୍କୁ ଚାକରି ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି ।

ଆଜି ସକାଳୁ ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ବିଦ୍ରୋହୀମାନେ କିଛି ଦୋକାନ ବଜାର ଜଳାପୋଡ଼ା କରିବା ସହ ହିଂସା ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀରେ ତୀବ୍ର ରୂପ ଧାରଣ କରୁଥିବା ଏହି ହିଂସାକାଣ୍ଡ ଉପରେ ନିୟନ୍ତ୍ରଣ ଆଣିବାକୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶକ ଅଜିତ ଡୋଭାଲଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ସ୍ଵାଧୀନତା ମିଳିଛି । ଆଜି ଅଜିତ୍‌ ଡୋଭାଲ ଦିଲ୍ଲୀର କିଛି ସ୍ଥାନ ବୁଲି ପରିଦର୍ଶନ କରିଛନ୍ତି । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ କ୍ୟାବିନେଟରେ ଦିଲ୍ଲୀ ହିଂସା ବିଷୟରେ ସୂଚନା ମଧ୍ୟ ପ୍ରଦାନ କରିଛନ୍ତି ।

ଏହି ହିଂସାକାଣ୍ଡରେ ଅନେକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ମଧ୍ୟ ଜଣାପଡ଼ିଛି । ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ମଧ୍ୟ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top