ଅପରାଧ

ଦିଲ୍ଲୀ ହିଂସାରେ ଆପ୍‌ ଦଳର କୌଣସି ନେତାଙ୍କ ସମ୍ପୃକ୍ତି ଥିଲେ ଦୁଇ ଗୁଣା ଦଣ୍ଡ: କେଜ୍ରିଓ୍ୱାଲ

ନୂଆଦିଲ୍ଲୀ:  ଦିଲ୍ଲୀ  ହିଂସା କାଣ୍ଡ  ଆମ୍‌ ବଦମୀ ପାର୍ଟି ପାଇଁ ଅଡୁଆ ବଢାଇବାରେ ଲାଗିଛି ।  ଦିଲ୍ଲୀ ହିଂସାରେ  ଆପ୍‌ ନେତାଙ୍କ ସମ୍ପୃକ୍ତି ନେଇ ଏବେ ଚର୍ଚ୍ଚ ଜୋର  ଧରିଛି । ଆପ୍‌ ନେତା  ପାର୍ଷଦ  ତାହିର  ହୁସେନ ଦିଲ୍ଲୀ ହିଂସାରେ  ସାମିଲ ଥିବା ନେଇ ବିଭିନ୍ନ ତଥ୍ୟ ସମାନ୍‌କୁ ଆସଛି  ।  ପ୍ରଥମେ ତାହିର ହୁସେନଙ୍କ ଘରର ଛାତରୁ ପେଟ୍ରୋଲ, ବୋମା, ପଥର ଦେଖିବାକୁ ମିଳିଥିଲା । ଏହାପରେ ଚାନ୍ଦବାଗରେ ହୋଇଥିବା ହିଂସା ବେଳର ଏକ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ତାହିର ହୁସେନ ରହିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ କେଜ୍ରିଓ୍ୱାଲ ସରକାରକୁ ଘେରିଛନ୍ତି ରାଜନୈତିକ ଦଳ ।

ଦିଲ୍ଲୀ ହିସାଂରେ ତାହିରଙ୍କ ସଶ୍ଲିଷ୍ଟ ନେଇ ଯେତେବେଳେ  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ  ପ୍ରଶ୍ନ କରାଯାଇଥିଲା ସେ କହିଥିଲେ,  ଯଦି ହିଂସାରେ ତାଙ୍କ ଦଳର କୌଣସି ନେତା ସାମିଲ୍ ଥିବାର ପ୍ରମାଣ ମିଳିବ ତା’ହେଲେ ସେମାନଙ୍କୁ  ଦୁଇ ଗୁଣା ଦଣ୍ଡ ଦିଆଯିବ ।

ଏପର୍ଯ୍ୟନ୍ତ ଦିଲ୍ଲୀ ହିଂସାରେ 37 ଜଣଙ୍କ ମୃତ୍ୟୁ ହୋଇସାରିଛି ।  ମୃତକଙ୍କ ପରିବାର 10 ଲକ୍ଷ ଟଙ୍କା ଲେଖା ସହାୟତା ରାଶି ପ୍ରଦାନ କରିବାକୁ  କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି ।   ଏକ ପ୍ରେସ କନଫରେନ୍ସ ରେ ଏହି ସହାୟତା ରାଶି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ରମନ୍ତ୍ରୀ ।

ମୃତକଙ୍କ ପରିବାରକୁ 10 ଲକ୍ଷ, ନାବାଳିକଙ୍କ ମାମଲାରେ 5 ଲକ୍ଷ,  ଗୁରୁତର ଭାବେ ଆହତ ହୋଇଥିବା ପରିବାରକୁ 2 ଲକ୍ଷ ରାଶି ଘୋଷଣା କରିଛନ୍ତି କେଜ୍ରିଓ୍ୱାଲ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top