ଅପରାଧ

ଦିଲ୍ଲୀ ହିଂସା ପଛରେ ଆପ୍‌ ନେତାଙ୍କ ହାତ, ଘରୁ ବାହାରିଲା ବିପୁଳ ପେଟ୍ରୋଲ ବୋମା

Delhi-Corporator-Tahir-Hussain

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ପଛରେ ଆପ୍‌ ନେତାଙ୍କ ହାତ । ଆପ୍‌ ନେତାଙ୍କ ଘରୁ ବାହାରିଲା ବହୁ ପରିମାଣର ପେଟ୍ରୋଲ ବମ୍‌ ଓ ପଥର । ଦିଲ୍ଲୀରେ ହିଂସା ଥମିବାର ନାଁ ଧରୁନି । ହିଂସା କାଣ୍ଡ ଯୋଗୁଁ ଏବେ ସୁଦ୍ଧା 35 ଜଣଙ୍କ ଜୀବନ ଚାଲିଗଲାଣି । ଆହୁରି ଅନେକ ଏବେ ବି ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ଆପ୍‌ ନେତା ତଥା ଦିଲ୍ଲୀର ଜଣେ କର୍ପୋରେଟର, ତାହିର ହୁସେନଙ୍କ ଘରୁ ବହୁ ପରିମାଣରେ ପେଟ୍ରୋଲ ବୋମା ଓ ପଥର ଜବତ କରାଯାଇଛି । ଗୋଟିଏ ପଟେ ଦଙ୍ଗାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନିନ୍ଦା କରୁଥିବା ବେଳେ ଏପଟେ ତାଙ୍କରି ଦଳର ନେତା ଦଙ୍ଗାକୁ ପ୍ରୋତ୍ସାହନ ଦେଉଥିବା କଥା ସାମ୍ନାକୁ ଆସିଛି । ତାହିର ହୁସେନ୍‌ଙ୍କ ଘରୁ ଏଭଳି ସାମଗ୍ରୀ ଜବତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖାଲି ସେତିକି ନୁହେଁ ଦଙ୍ଗା ସମୟରେ ତାହିର ହୁସେନ ନିଜ ଛାତ ଉପରେ ବୁଲୁଥିବା ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଅନେକ ଜାତୀୟ ଗଣମାଧ୍ୟମର କହିବାନୁଯାୟୀ ତାହିରଙ୍କ ଘରୁ ପେଟ୍ରୋଲ ବୋମା ସମେତ ଏସିଡ୍‌ ପ୍ୟାକେଟ୍‌ ମଧ୍ୟ ଜବତ କରାଯାଇଛି ।

ତେବେ ଏତେ ସବୁ ପ୍ରମାଣ ମିଳିଥିଲେ ମଧ୍ୟ ତାହିର ହୁସେନ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ହିଂସା ସମୟରେ ଦଙ୍ଗାକାରୀମାନେ ତାଙ୍କ ଘରକୁ କବ୍‌ଜା କରିନେଇଥିଲେ ବୋଲି ତାହିର ପାଲଟା ଅଭିଯୋଗ କରିଛନ୍ତି ।

ସୂଚନା ଯୋଗ୍ୟ, ଏହି ହିଂସାକାଣ୍ଡରେ ପୂର୍ବରୁ ଗୁଇନ୍ଦା ବିଭାଗ ଅଧିକାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ପଛରେ ଆପ୍‌ ନେତା ତଥା କର୍ପୋରେଟର ତାହିର ହୁସେନ୍‌ଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ଅଙ୍କିତଙ୍କ ପରିବାର ଲୋକ ତାହିରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ । ଅଙ୍କିତ ଶର୍ମା ନିଜ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ଉଠାଇ ନେଇ ମାଡ଼ ମାରିବା ସହ ତାଙ୍କ ଗଳା କାଟି ଏକ ଡେନ୍‌ରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତମାନେ । ତେବେ ଏନେଇ ତାହିର କହିଛନ୍ତି, ସେ କେବେ ବି ହିଂସାକୁ ପ୍ରଶ୍ରୟ ଦିଅନ୍ତି ନାହିଁ । ସେ ଜଣେ ଶାନ୍ତିପୂର୍ଣ୍ଣ ଭାରତୀୟ ମୁସଲମାନ । ହିନ୍ଦୁ-ମୁସଲମାନଙ୍କ ସମ୍ପର୍କ ସୁଦୃଢ଼ କରିବା ଦିଗରେ ସେ ସର୍ବଦା କାମ କରନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top