X
Breaking News
ରାଜ୍ୟ

ଗଜପତିରେ ଡେଙ୍ଗୁ ଆତଙ୍କ, ଚିହ୍ନଟ ହେଲେଣି ୮ ରୋଗୀ

DENGUE

ଗଜପତି: ଡରାଇଲାଣି ଡେଙ୍ଗୁ । ଗଜପତି ଜିଲ୍ଲା ବାଘଶାଳା ଗାଁରେ କାୟା ବିସ୍ତାର କରୁଛି ଡେଙ୍ଗୁ । ଗାଁର ଶତାଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ସେଥିମଧ୍ୟରୁ 8ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ବିଭିନ୍ନ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ତେବେ ରାସ୍ତାଘାଟରେ କୁଢ଼ କୁଢ଼ ମଇଳା ପଡ଼ି ରହିଥିବାବେଳେ ଡ୍ରେନ ସଫେଇ ହୋଇନାହିଁ । ପାଣି ଜମି ରହିବା ଯୋଗୁ ମଶା ବଂଶବିସ୍ତାର କରୁଛନ୍ତି । ଯାହାଫଳରେ ଡେଙ୍ଗୁ ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି ।

ସେପଟେ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଅନୁଧ୍ୟାନ କରିବା ସହ ଗାଁର ଗଳି କନ୍ଦିରେ ଜମି ରହୁଥିବା ଅଳିଆ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ବର୍ଷା ଦିନ ପୂର୍ବରୁ ମ୍ୟାଲେରିଆ, ଡେଙ୍ଗୁ ରୋଗ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଥାଏ । ହେଲେ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ବାଘଶାଳାରେ ଡେଙ୍ଗୁ ରୋଗ ପଜିଟିଭ ବାହାରିବା ପରେ ଏବେ ଗାଁରେ ଭୟର ବାତାବରଣ ଖେଳିଯାଇଛି । ଏନେଇ ଲୋକଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top