ନ୍ୟୁଜ୍

କାଲି ଦେଖାଦେବ ଘନ କୁହୁଡ଼ି, ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

Cold Wave

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି । ଗତ କିଛି ଦିନ ହେବ ସାରା ରାଜ୍ୟରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ତେବେ ଆସନ୍ତାକାଲି ଘନ କୁହୁଡ଼ି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ସହରକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ସହରଗୁଡ଼ିକ ହେଉଛି-ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, ଅନୁଗୋଳ ଓ ଢେଙ୍କାନାଳ । ତା’ଛଡ଼ା ଆସନ୍ତା ୨୩ ତାରିଖରେ ମଧ୍ୟ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ଆସନ୍ତା ୫ ଦିନ ଯାଏ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଇଛି। ଏନେଇ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର କହିଛନ୍ତି,“ ଆଜି ରାଜ୍ୟର ବିଭିନ୍ନ ଜାଗାରେ ତାପମାତ୍ରା ହ୍ରାସ ପାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top