ନ୍ୟୁଜ୍

ଖସୁଛି ପାରଦ, ରାଜ୍ୟର ୭ଟି ଜିଲ୍ଲାରେ ଘନକୁହୁଡ଼ି ସମ୍ଭାବନା

winter

ଭୁବନେଶ୍ୱର:  ଆଜି ରାଜ୍ୟର କିଛି ସ୍ଥାନରେ ଘନ କୁହୁଡି ଅନୁଭୂତ ହୋଇଛି । ଏହାସହ ଆସନ୍ତା କାଲି ମଧ୍ୟ କିଛି ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଅନୁଭୂତ ହେବ । ଏହାସହ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ । ୧୧ ତାରିଖରେ କଟକ, ପୁରୀ ସମେତ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର ଓ କୋରାପୁଟ ଜିଲ୍ଲାର ଗୋଟି, ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ ।

ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଉପକୂଳ ଓଡ଼ିଶାର ତାପମାତ୍ରା‌ରେ ୩ ଡିଗ୍ରି ପର୍ଯ୍ୟନ୍ତ ଏପାଖ ସେପାଖ ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହର ରାତିର ତାପମାତ୍ରା ବୃଦ୍ଧି ପାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top