X
Breaking News
ନ୍ୟୁଜ୍

ରାଜନୈତିକ ଚାପରେ ଚାପି ହେଉଛି ଆର୍‌କେ ପାଟଣା ହାଇସ୍କୁଲର ଉନ୍ନତ୍ତି !

KDP

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏକଥା ନିଜେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ  କହିଛନ୍ତି । ୧୯୮୭ମସିହାରେ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର କରାଣ୍ଡିଆ ପାଟଣା ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।

ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବିଦ୍ୟାଳୟର ଭିତ୍ତିଭୂମି ଓ ଅଭିଜ୍ଞତା ସମ୍ପର୍ଣ୍ଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ କମିଟି ତରଫରୁ ନିଯୁକ୍ତି ଦିଆଯାଇଥିଲା । ପରେ ପରେ ସରକାରଙ୍କ ଅନୁଦାନ ମଳିଥିଲା କନ୍ତୁ ଦୀର୍ଘ ୧୫ ବର୍ଷ ଧରି ରାଜନୈତିକ ଚାପରେ ବିଦ୍ୟାଳୟର ଉନ୍ନତି ପାଇଁ ଆସୁଥିବା ଅର୍ଥକୁ ରୋକ ଲଗାଇ ଦିଆଯାଇଛି ।

ସେହିଦିନ ଠାରୁ ବିଦ୍ୟାଳୟର ଅବସ୍ଥା ବେହାଲ ହୋଇପଡିଛି । ବିଦ୍ୟାଳୟରେ ପାନୀୟ ଜଳ ନଥିବା ବେଳେ ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖାନା ମଧ୍ୟ ମିଳିନାହିଁ । ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପ୍ୟାଂଟ ସାର୍ଟ ମଧ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉନାହିଁ । ଫଳରେ ଅସୁବିଧା ଭୋଗୁଛନ୍ତି ଛାତ୍ର ଛାତ୍ରୀ । ଏ ସମ୍ବନ୍ଧରେ ଅଭିଭାବକ ମାନେ ମଧ୍ୟ ବାରମ୍ବାର ବିଡିଓଙ୍କୁ ଅବଗତ କରିଥିବା ବେଳେ କୈଣସି ସୁଫଳ ମିଳିନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top