ନ୍ୟୁଜ୍

ଅବହେଳିତ ଧାମରା ମେରାଇନ୍; ପାଟ୍ରୋଲିଂ ବୋଟ୍ ଅଚଳ, ନାହାଁନ୍ତି ଟେକ୍ନିକାଲ୍ ଷ୍ଟାଫ୍

dhamra

ଭଦ୍ରକ: ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସୁରକ୍ଷା ପାଇଁ ଦୃଷ୍ଟିରୁ ସମୁଦ୍ରକୂଳର ବିଭିନ୍ନ ଅଞ୍ଚଳରେ ମେରାଇନ୍ ଥାନା ପ୍ରତିଷ୍ଠା କରାଯିବା ସହ ସମୁଦ୍ର ଭିତରେ କୋଷ୍ଟଗାର୍ଡ଼ ଏବଂ କଷ୍ଟମ୍ ବିଭାଗକୁ ମୁତୟନ କରାଯାଇଛି । ବଙ୍ଗୋପସାଗରକୁ ଲାଗି ରହିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଧାମରା ବନ୍ଦର । ଏହି ବନ୍ଦରକୁ ଲାଗି ରହିଛି କାଲାମ ଦ୍ୱୀପ ଯେଉଁଠି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଏ । କ୍ଷେପଣାସ୍ତ୍ର ଘାଟି, ଶିଳ୍ପ କ୍ଷେତ୍ର ଆଦାନୀ ପୋର୍ଟ ଏବଂ ଧାମରା ମତ୍ସ୍ୟଧରା ବନ୍ଦର ରହିଥିବାରୁ ଏହି ଅଞ୍ଚଳକୁ ସୁରକ୍ଷା ଦୃଷ୍ଟିରୁ ବିଶେଷ ଭାବେ ଧ୍ୟାନ ଦିଆଯାଇଥାଏ ।

ଏଠାରେ ତଟରକ୍ଷୀ ବାହିନୀ ଓ ମେରାଇନ୍ ଥାନାକୁ ଅଧିକ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି । ମାତ୍ର ଏବେ ଏଥିରେ ଅନେକ ବ୍ୟତିକ୍ରମ ଦେଖାଦେଇଛି । ଗୋଟିଏ ମାସ ହେବ ଧାମରା ମେରାଇନ୍ ଥାନାର ପାଟ୍ରୋଲିଂ ପାଇଁ ଥିବା ୩ ସ୍ପିଡ଼୍ ବୋଟ୍ ମଧ୍ୟରୁ ୩ ମାସ ହେବ 2ଟି ଅଚଳ ହୋଇ ପଡ଼ିରହିଛି । ମେରାଇନ୍ ଥାନାରେ ଟେକ୍ନିକାଲ୍ ଷ୍ଟାଫ୍‌ର ମଧ୍ୟ ଅଭାବ ରହିଛି । ତେଣୁ ନିୟମିତ ଭାବେ ସମୁଦ୍ର ଉପକୂଳରେ ପାଟ୍ରୋଲିଂ ହୋଇ ପାରୁନାହିଁ । ଫଳରେ ଏହି ଅଞ୍ଚଳ ଏବେ ଅସୁରକ୍ଷିତ ହୋଇପଡ଼ିଥିବା ଦେଖାଯାଇଛି ।

Dhamra marine

ବଙ୍ଗୋପସାଗର ଧାମରା ମୁହାଁଣରେ ବିନା ଲାଇସେନ୍ସରେ ମାଳମାଳ ଛୋଟ ଛୋଟ ବୋଟ୍‌ଗୁଡିକ ମାଛ ଧରୁଥିବା ଦେଖାଯାଇଛି । ୧୯୭୧ ମସିହାରେ ପାକିସ୍ତାନ ବାଙ୍ଗଲାଦେଶ ମୁକ୍ତିସଂଗ୍ରାମ ଯୁଦ୍ଧ ବେଳେ ବହୁ ବାଙ୍ଗଲାଦେଶୀ ଜଳପଥ ଦେଇ ଓଡ଼ିଶା ଆସି ଜମ୍ବୁ, ତାଳଚୁଆ, ଧାମରା, ଚାନ୍ଦବାଲି ଆଦି ଅଞ୍ଚଳରେ ଦୀର୍ଘ ଦିନ ହେବ ବସବାସ କରୁଛନ୍ତି । ତେଣୁ ଅତି ସହଜରେ ମାଛଧରା ବୋଟ ମାଧ୍ୟମରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଏଠାକୁ ଆସୁଛନ୍ତି । ଏହା ସହ ଏହି ଅଞ୍ଚଳରେ ସେମାନେ ଅପରାଧ ମଧ୍ୟ ଘଟାଉଥିବା ଦେଖାଯାଇଛି ।

Dhamra marine

ସୂଚନାଯୋଗ୍ୟ, ଧାମରା ମେରାଇନ୍ ଥାନା ଅଧିନରେ ଉପକୂଳ ସୁରକ୍ଷା ପାଇଁ ୨୦ଜଣ ଟେକ୍ନିକାଲ୍ ଷ୍ଟାଫ୍ ଆବଶ୍ୟକ ଥିବାବେଳେ ସେଠାରେ ମାତ୍ର ୧୧ ଜଣ କର୍ମଚାରୀ ରହିଛନ୍ତି । ସମ୍ଭାବ୍ୟ ଆତଙ୍କୀଙ୍କ ବିରୁଦ୍ଧରେ ଲଢେଇ କରିବା ପାଇଁ ଯଦିଓ ସ୍ମଲ ଆର୍ମସ୍ ଏବଂ ଲାଇଟ୍ ମେସିନ୍ ଗନ୍ ପରି ବିଗ୍ ଆର୍ମସ୍ ଯୋଗାଇ ଦିଆଯାଇଛି କିନ୍ତୁ ଆତଙ୍କୀଙ୍କ ମୁକାବିଲା ପାଇଁ ଏହା ଯଥେଷ୍ଟ ନୁହେଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଏଥିସହ ଟେକିକାଲ୍ ଷ୍ଟାପ୍ ଅଭାବରୁ ମେରାଇନ ଥାନା ପକ୍ଷରୁ ନିୟମିତ ପାଟ୍ରୋଲିଂ ହେଉନଥିବାରୁ ଉପକୂଳର ସୁରକ୍ଷା, କେତେ ସୁଦୃଢ଼ ସେଥିପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Dhamra marine

ସବୁଠାରୁ ବଡ଼ ସମସ୍ୟା ହେଉଛି ଉପକୂଳ ଓଡ଼ିଶାରେ ଧାମରା ମୁହାଣରେ ତଟରକ୍ଷୀ ବାହିନୀଙ୍କ କାର୍ଯ୍ୟାଳୟ ନାହିଁ । ହଳଦିଆ ଓ ପାରାଦୀପରୁ ତଟରକ୍ଷୀ ବାହିନୀର ଟିମ୍ ଧାମରା ମୁହାଣରେ ମାସକୁ ଥରେ ଦୁଇଥର ପରିଦର୍ଶନ କରୁଛନ୍ତି, ଯାହାକି ଉପକୂଳ ସୁରକ୍ଷା ପାଇଁ ଯଥେଷ୍ଠ ନୁହେଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top