ଦେଶ

୯୭ ବର୍ଷରୁ ଏହି ଗାଁରେ ବଢ଼ି ନାହିଁ ଜନସଂଖ୍ୟା.. ଜାଣନ୍ତୁ କାରଣ କ’ଣ…

papulation

ଅର୍ଗସ ବ୍ୟୁରୋ:  97 ବର୍ଷରୁ ଏହି ଗାଁରେ ବଢି ନାହିଁ ଜନ ସଂଖ୍ୟା । 1922ରେ  ଏହି ଗ୍ରାମର ଜନସଂଖ୍ୟା ଥିଲା 1700 । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଗାଁରେ ସେତିକି ହିଁ ଜନସଂଖ୍ୟା ସ୍ଥିର ଅଛି । ଏଠାରେ ପ୍ରତ୍ୟେକ ପରିବାରରେ ଦୁଇରୁ ଅଧିକ  ପିଲା ନାହାଁନ୍ତି ଅର୍ଥାତ୍‌ ଦୁଇରେ ହିଁ ସିମିତ ରଖନ୍ତି ପରିବାର ଯୋଜନା । ସେ ଦୁଇ ପିଲାଙ୍କ ମଧ୍ୟରୁ ଝିଅ ହେଉ କିମ୍ବା ପୁଅ କୌଣସି ମତଭେଦ ରଖନ୍ତି ନାହିଁ ଏହି ଗାଁର ଅଧିବାସୀମାନେ । ତେବେ ଏହି ଖବର ଯିଏ ବି ଶୁଣିବ ତାହାର ବିଶ୍ୱାସ ହେବ ନାହିଁ କିନ୍ତୁ ଏହା ସତ୍ୟ ।

 97 ବର୍ଷରୁ ଏହି ଗାଁର ଜନସଂଖ୍ୟା ସ୍ଥିର ଅଛି । ଆମେ ସେହି ଗ୍ରାମ ବିଷୟରେ ଚର୍ଚ୍ଚା କରୁଛୁ ଯାହା ମଧ୍ୟପ୍ରଦେଶର ବୈତୁଳ ଜିଲ୍ଲାର ଧନୋରା ଗାଁ କଥା । ଏହା ଏପରି ଏକ ଗାଁ ଯାହା 1922 ମସିହାରୁ 1700 ଜନସଂଖ୍ୟାରେ ସ୍ଥିର ରହିଛି । ଏଠାକାର ବାସିନ୍ଧାମାନେ  ଦୁନିଆର ବଡ଼ ସମସ୍ୟା ଭାବେ ଜନସଂଖ୍ୟାକୁ ଧରିଥାନ୍ତି । କହାଁକି ନା ଦେଶ-ପ୍ରଦେଶ ଓ ଗାଁମାନଙ୍କରେ ଲଗାତାର ବଢୁଛି ଜନସଂଖ୍ୟା । କିନ୍ତୁ ବୈତୁଳର ଧନୋରା ଗାଁ ଏସବୁରୁ ଉର୍ଦ୍ଧ୍ୱରେ  ।

ପରିବାର ନିୟୋଜନ ଯୋଜନା କ୍ଷେତ୍ରରେ ଧନୋରା ଗାଁ ଦୁନିଆ ପାଇଁ ବ୍ରାଣ୍ଡ ଆମ୍ବାସଡର ଭାବେ ଉଭା ହୋଇଛି । କାହିଁକି ନା ଏଠାରେ ଜନସଂଖା ବଢିବାରେ ନାହିଁ । ତେବେ ଏହି ଘଟଣା ପଛରେ ଏକ ସତ୍ୟାସତ୍ୟ  କାହାଣୀ ଅଛି ବୋଲି ସେହି ଗ୍ରାମର ଏସ. କେ ମହୋବିୟା କହିଛନ୍ତି । ସେ କହିଛନ୍ତି,  1922 ରେ ଏଠାରେ କଂଗ୍ରେସର ଏକ ସମ୍ମିଳନୀ ହୋଇଥିଲା । ଯେଉଁଥିରେ ଶାମିଲ ହେବା ପାଇଁ କସ୍ତୁରବା ଗାନ୍ଧି  ଆସିଥିଲେ । ସେ ଗ୍ରାମବସୀଙ୍କୁ ଖୁସି ଜୀବନ ପାଇଁ “ଛୋଟ ପରିବାର ସୁଖୀ ପରିବାର” ର ନାରା ଦେଇଥିଲେ । କସ୍ତୁରବା ଗାନ୍ଧିଙ୍କ ଏହି କଥାକୁ ଗ୍ରାମବାସୀ ପଥରର ଗାର ଭାବେ ମାନିନେଲେ  ଆଉ ଗାଁରେ ଆରମ୍ଭ ହୋଇଥିଲା ପରିବାର ନିୟୋଜନର  ସିଲସିଲା । ସେବେଠୁ ଆଜି ଯାଏ ଏହି ନାରାରେ ପରିଚାଳିତ ଧନୋରା ଗାଁର ଗ୍ରାମବାସୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top