ଦେଶ

ଅମର ସିଂହଙ୍କ ପରଲୋକରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂହ । ସିଙ୍ଗାପୋରର ଏକ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅମର ସିଂହଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ବୟସ ହୋଇଥିଲା ।

ତେବେ ଅମର ସିଂହଙ୍କ ଭଳି ନେତାଙ୍କୁ ମୃତ୍ୟୁରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଅମର ସିଂହଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଟ୍ୱିଟ୍‌ କରି ଅମର ସିଂହଙ୍କ ଭଳି ଜଣେ ଟାଣୁଆ ନେତା ତଥା ରାଜ୍ୟସଭା ସାଂସଦଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପରିବର ବର୍ଗ ଓ ବନ୍ଧୁମାନଙ୍କୁ ଭଗବାନ ଅସୀମ ସାହସ ଦିଅନ୍ତୁ ଏବଂ ଅମର ସିଂହଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ଇଶ୍ୱରଙ୍କ ନିକଟରେ ପାର୍ଥନା ମଧ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top