ନ୍ୟୁଜ୍

ମହାମାୟାଙ୍କ ମହାନବମୀ, ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜି ମାଆ ଦୁର୍ଗାଙ୍କ ମହାନବମୀ ପୂଜା । ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଦଶମୀ ପୂଜା କରାଯାଉଛି । ଲକ୍ଷାଧିକ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ସହ ପୂଜା କରିବାକୁ ଭିଡ଼ ଜମାଉଛନ୍ତି । ସେପଟେ ଏହି ଦଶହରାର ଶୁଭ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ଗ୍ୟାସ୍‌ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ସେୟାର କରି କହିଛନ୍ତି, ‘ଦଶହରାର ଶୁଭ ଅବସରରେ ଓଡ଼ିଶାର ସବୁ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି । ଏଥର ପୂଜାରେ ରାଜ୍ୟବାସୀଙ୍କୁ ଅଧିକ ଆଶୀର୍ବାଦ ମିଳୁ । ଏହା ହେଉଛି ଶାରଦୀୟ ପର୍ବ ଏବଂ ଅନେକ ସମ୍ଭାବନାର ପର୍ବ । ଏହି ପାର୍ବଣ ଉତ୍ସବରେ ଆମ ଭିତରେ ଆତ୍ମୀୟତା ଏବଂ ଭାଇଚାରା ବଢ଼ୁ ।’

ଏହାସହ କେନ୍ଦ୍ରମନ୍ତ୍ରୀ ପୂଜାକୁ ନେଇ ଆଉ କଣ କହୁଛନ୍ତି ଶୁଣନ୍ତି..

Click to comment

Leave a Reply

Your email address will not be published. Required fields are marked *

Most Popular

To Top