ନ୍ୟୁଜ୍

ପାଟକୁରା ଫାଇଟ୍‌: ବିଜେପି ପ୍ରାର୍ଥୀ ବିଜୟଙ୍କ ପାଇଁ ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ

Dharmendra.GFX_00000

କେନ୍ଦ୍ରାପଡ଼ା:  ଜମୁଛି ପାଟକୁରା ପ୍ରଚାର । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର ମୈଦାନରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ବହୁ ବରିଷ୍ଠ ନେତା ମଧ୍ୟ ପାଟକୁରା ପ୍ରଚାରରେ ସାମିଲ ହୋଇଛନ୍ତି  । ଗାଁରୁ ଗାଁ ବୁଲିବା ସହ ଲୋକମାନଙ୍କ ସହ କଥା ହୋଇ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

40 ବର୍ଷ ହେଲା ପ୍ରତି ନିର୍ବାଚନରେ ବିଜୟ ବାବୁ ଆପଣଙ୍କ ଆଶୀର୍ବାଦ ପାଉଛନ୍ତି ।  40 ବର୍ଷ ଧରି ବିଜୟ ମହାପାତ୍ରଙ୍କ ପ୍ରତି ଆପଣମାନଙ୍କର ନିରନ୍ତର ଭଲ ପାଉଥିବାର ପ୍ରମାଣ ମୁଁ ଦେଖିବାକୁ ପାଉଛି । 1980 ମସିହାରୁ ବିଜୟ ବାବୁ ଆପଣଙ୍କ ସହ ଅଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ରରେ ମୋଦି ସରକାର ହୋଇସାରିଥିବା ବେଳେ ରାଜ୍ୟରେ ବିଜେଡି ସରକାର ହୋଇଛି । 2022 ସୁଦ୍ଧା ସବୁଠି ଛାତ ଘର ହେବା ପାଇଁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ସେହି ଟଙ୍କା ପହଞ୍ଚାଇବା ପାଇଁ ଜଣେ ଜଗୁଆଳି ଦରକାର । ଦିଲ୍ଲୀ ଟଙ୍କା କେନ୍ଦ୍ରାପଡ଼ାର ପାଟକୁରା ଭାୟା ଭୁବନେଶ୍ୱର ହୋଇ ଆସିବ । ତେଣୁ ଜଣେ ଭଲ ଜଗୁଆଳିର ଆବଶ୍ୟକ ଅଛି କି ନାହିଁ ବୋଲି ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ବିଜୟ ବାବୁ ନିର୍ବାଚିତ ହେଲେ ଦିଲ୍ଲୀ କି ଭୁବନେଶ୍ୱରର ସରକାର ବଦଳିବ ନାହିଁ ସତ କିନ୍ତୁ ବିଜୟ ବାବୁଙ୍କ ଭଳି ନେତା ବିଧାନସଭା ଗଲେ ସବୁ ଟଙ୍କାର କଡ଼ା ଗଣ୍ଡା ହିସାବ ନେବେ । ବିଜୟ ବାବୁଙ୍କୁ ଅଟକାଇବା ପାଇଁ ବହୁ ପେଞ୍ଚ ହୋଇଛି । ଶାସନରେ ଥିବା ଲୋକ ହିଁ ପେଞ୍ଚ ସୃଷ୍ଟି କରେ । କିନ୍ତୁ ଏଥର ଗରିବ  ଲୋକ ଏହାର ଜବାବ ଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top