ନ୍ୟୁଜ୍

ରଥଯାତ୍ରା ସମ୍ପର୍ଣ୍ଣ: ସୁପରିଚାଳନା ପାଇଁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ପୁରୀବାସୀ, ଛତିଶା ନିଯୋଗ ଓ ସେବାୟତଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ ଭୁବନେଶ୍ୱର: ନିଳକନ୍ଦରକୁ ବାହୁଡ଼ିଗଲେ ଶ୍ରୀଜୀଉ । ନବଦିନାତ୍ମକ ଯାତ୍ରା ଶେଷ କରିବା ପରେ ମା ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବା ପରେ ରତ୍ନସିଂହାସନରେ ବିରାଜମାନ କରିଛନ୍ତି ମହାବାହୁ ।

ଚଳିତ ବର୍ଷ ରଥଯାତ୍ରା ବହୁ କଟକଣାରେ ଅନୁଷ୍ଠିତ ହୋଇଥିଲା । ବିନା ଭକ୍ତରେ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପର୍ଣ୍ଣ ହୋଇଛି । ସେଥିପାଇଁ ଗୋବର୍ଦ୍ଧନ ମଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ, ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ପୁରୀର ଜନସାଧାରଣ, ଛତିଶା ନିଯୋଗ, ସେବାୟତ ତଥା ମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାସହ ଟ୍ୱିଟ୍‌ର ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ‘ସବୁ ଲିଳାଖେଳା ସାରିବା ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ଆସି ରତ୍ନସିଂହାସନରେ ବିଜେ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଅଭିମାନିନୀ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଛନ୍ତି । ଏଥିସହ ସମାପ୍ତ ହୋଇଛି ଶ୍ରୀଜୀଉଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା । ଏହି ଅବସରରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ସର୍ବଦା ବିଶ୍ୱବାସୀଙ୍କୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ, ଏହା ହିଁ କାମନା କରୁଛି । ଏ ସମସ୍ତ ନୀତିକାନ୍ତି ଭକ୍ତଶୂନ୍ୟ ହେଲେ ବି କୋଟି କୋଟି ଭକ୍ତ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ମହାପ୍ରଭୁଙ୍କର ଆଶୀର୍ବାଦ ଲାଭ କରିଛନ୍ତି ।’

Click to comment

Leave a Reply

Your email address will not be published. Required fields are marked *

Most Popular

To Top