ନ୍ୟୁଜ୍

କାହା ଭରସାରେ କୁମୁସି ସ୍ୱାସ୍ଥ୍ୟକେନ୍ଦ୍ର ? ଡାକ୍ତର ତ ନାହାନ୍ତି, ଭିତ୍ତିଭୂମି କଥା ନକହିବା ଭଲ !

Dhenkanal Kusumi Medical

ଢେଙ୍କାନାଳ: ଅବହେଳିତ ଅବସ୍ଥାରେ ରହିଛି ଢ଼େଙ୍କାନାଳ ପରଜଙ୍ଗ ବ୍ଲକ୍‌ର କୁମୁସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ଏଠି ପରିମଳ ବ୍ୟବସ୍ଥାଠାରୁ ଆରମ୍ଭ କରି ପିଇବା ପାଣିର ସୁବିଧା ନଥିବା ବେଳେ ଡାକ୍ତରଖାନାରେ ଅନ୍ୟୁନ ଭିତ୍ତିଭୂମିର ମଧ୍ୟ ଅଭାବ ରହିଛି ।

Dhenkanal Kusumi Medical

ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । ହେଲେ ଏହି କୁମୁସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦେଖିଲେ ସରକାରଙ୍କ ସବୁ ଯୋଜନା କେଳ ଧୁଆଁ ବାଣ ବୋଲି ମନେ ହେବ । କାରଣ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ପରିମାଣର କର୍ମଚାରୀ ନହାନ୍ତି । ଆଉ ଯେତିକି ବି କର୍ମଚାରୀ ନିଯୁକ୍ତ ଅଛନ୍ତି ସେମାନେ ମଧ୍ୟ ତାଙ୍କ କାମ ସଠିକ୍‌ ଭାବେ କରୁନଥିବା ଦେଖାଯାଇଛି । ଡାକ୍ତରଙ୍କ କଥା ତ ନକହିଲେ ଭଲ । ଏଠାରେ ଡାକ୍ତରଙ୍କୁ ଦୀର୍ଘ ଦିନ ହେବ ଲୋକେ ଦେଖିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ସୁବିଧା ନଥିବାରୁ ସେମାନେ ନିୟମିତ ଭାବେ ଡ୍ୟୁଟିକୁ ଆସି ପରୁ ନଥିବା ସଫେଇ ଦେଉଛନ୍ତି ।

Dhenkanal Kusumi Medical

ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ ଜଣେ ଫାର୍ମାସିଷ୍ଟ ଓ ଜଣେ ସ୍ୱିପରଙ୍କ ଭରସାରେ ଚାଲିଛି । ଫାର୍ମାସିଷ୍ଟଙ୍କ ଭରସାରେ ଏଠାକୁ ରୋଗୀମାନେ ଚିକିତ୍ସିି ହେବାକୁ ଆସୁଛନ୍ତି ।

Dhenkanal Kusumi Medical

ସେପଟେ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ଦେଖିବାକୁ ଗଲେ ଏହା ବୁଲା ପଶୁ ପକ୍ଷୀ ଓ ଗାଇ ଗୋରୁଙ୍କ ଆଶ୍ରୟସ୍ଥଳି ପାଲଟିଛି । ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଉଈ ହୁଙ୍କା ରହିଥିବା ମଧ୍ୟ ଦେଖାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top