ଦେଶ

ସ୍ଵାସ୍ଥ୍ୟ କ୍ଷେତ୍ରରେ ନୂତନ କ୍ରାନ୍ତି ଆଣିବ ନ୍ୟାଶନାଲ ଡିଜିଟାଲ ହେଲଥ ମିଶନ- ମୋଦି

ଅର୍ଗସ ବ୍ୟୁରୋ : ଆଜି ଦେଶ ପାଳନ କରୁଛି 74ତମ ସ୍ଵାଧୀନତା ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଧ୍ଵଜାରୋହଣ କରିଛନ୍ତି। କରୋନା କଟକଣା ମଧ୍ୟରେ ଲାଲକିଲ୍ଲାରେ ସୀମିତ ଲୋକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନ୍ୟାଶନାଲ ଡିଜିଟାଲ ହେଲଥ ମିଶନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆଜି ଠାରୁ ଦେଶରେ ଏକ ବଡ଼ ମିଶନ ଆରମ୍ଭ ହେବାକୁ ଯାଉଛି। ନ୍ୟାଶନାଲ ଡିଜିଟାଲ ହେଲଥ ମିଶନ ଭାରତର ସ୍ଵାସ୍ଥ୍ୟ କ୍ଷେତ୍ରରେ ନୂତନ କ୍ରାନ୍ତି ଆଣିବ।

ନ୍ୟାଶନାଲ ହେଲଥ ମିଶନକୁ ନେଇ ମୋଦି କହିଛନ୍ତି ଯେ, ଆପଣଙ୍କ ସମସ୍ତ ଟେଷ୍ଟ, ପ୍ରତି ରୋଗ, ଆପଣଙ୍କୁ କେଉଁ ଡାକ୍ତର କେଉଁ ଔଷଧ ଦେଇଥିଲେ, ଆପଣଙ୍କ ରିପୋର୍ଟରେ କଣ ଥିଲା ଏହି ସବୁ ସୂଚନା ଡିଜିଟାଲ ହେଲଥ ଆଇଡିରେ ରହିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top