ନ୍ୟୁଜ୍

ଆରପାରିରେ ଆଲବମ୍‌ ଅଭିନେତ୍ରୀ ଦୀପା ସାହୁ

ଭୁବନେଶ୍ୱର: ଶେଷରେ ହାରିଗଲେ ଦୀପା । ସମସ୍ତଙ୍କୁ ଅଲବିଦା କହି ପରଲୋକରେ ଆଲବମ୍‌ କ୍ୱିଇନ୍‌ ତଥା ଅଭିନେତ୍ରୀ ଦୀପା ସାହୁ । ଚିକିତ୍ସାଧୀନ ଅବସ୍ଥାରେ ଓଲିଉଡ୍ ଅଭିନେତ୍ରୀ ଦୀପା ସାହୁଙ୍କ ମୃତ୍ୟୁ ହୋଇଛି । ସେ କର୍କଟ  ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ।

ଦୀର୍ଘଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୋମବାର ଦୀପା ଆଖି ବୁଜି ଦେଇଛନ୍ତି । ଆଲବମ୍‌ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଦୀପା ସାହୁ ଫିଲ୍ମ ଓ ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।

ତାଙ୍କ ଅଭିନିତ ବହୁ ସୁପରହିଟ୍ ଓଡ଼ିଆ ଆଲବମ୍‌କୁ ଦର୍ଶକ ବର୍ତ୍ତମାନ ବି ମନେ ରଖିଛନ୍ତି । ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । କିଛିଦିନ ଆଲବମ୍‌ ଜଗତରେ ଚହଳ ପକାଇଥିବା ଦୀପା ସାହୁ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top