ନ୍ୟୁଜ୍

ଛପାକ୍‌ ରିଲିଜ୍‌ ପରେ ନିଜ ନାଁ ବଦଳାଇ ଦେଲେ ଦୀପିକା…!

ଅର୍ଗସ ବ୍ୟୁରୋ: ଛପାକ ରିଲିଜ୍‌ ହେବା ପରେ ନିଜ ନାଁ ବଦଳାଇ ଦେଇଛନ୍ତି ଦୀପିକା ପାଦୁକୋନ୍‌ । ଏଭଳି ନିଷ୍ପତ୍ତି କାହିଁକି ନେଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ଦୀପିକା ସୋସିଆଲ ମିଡିଆ ଟୁଇଟର ଏବଂ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜର ନାଁକୁ ବଦଳାଇଦେଇଛନ୍ତି । ଦୀପିକା ପାଦୁକୋନଙ୍କ ଫିଲ୍ମ ଛପାକ ରିଲିଜ ହେବା ପରେ ସେ ଏଭଳି କରିଥିବା ଜଣାପଡ଼ିଛି । ଟୁଇଟରରେ ନିଜର ନାଁ ବଦଳାଇ ମାଲତୀ ରଖିଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଫିଲ୍ମରେ ତାଙ୍କର ଚରିତ୍ରର ନାଁ ମାଲତୀ ଥିବା ଯୋଗୁ ସେ ନିଜ ଟୁଇଟର ଆକାଉଣ୍ଟରେ ମଧ୍ୟ ନିଜ ନାଁ ମାଲତୀ ରଖିଥିବା କୁହାଯାଉଛି । ଏହା ସହ ପ୍ରୋଫାଇଲ୍‌ ଫଟୋରେ ଫିଲ୍ମର ପୋଷ୍ଟର ରଖିଥିବା ମଧ୍ୟ ଦେଖାଯାଇଛି । ତେବେ ବହୁ ଚର୍ଚ୍ଚା ଏବଂ ବିବାଦରେ ଥିବା ଫିଲ୍ମ ଛପାକ ପାଇଁ ନିଜ ନାଁ କୁ କାହିଁକି ବଦଳାଇଲେ ତାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି ।

DIPIKA PADUKONE

ଦୀପିକାଙ୍କ ଏଭଳି ପଦକ୍ଷେପକୁ କେହି କେହି ଖୁବ୍‌ ପ୍ରଶଂସା କରୁଥିବା ବେଳେ ଆଉ କେହି ଏହାକୁ ଫିଲ୍ମ ପ୍ରମୋସନର ଜରିଆ ବୋଲି କହୁଛନ୍ତି । କେହି କେହି ଆହୁରି କହୁଛନ୍ତି ଯେ, ଛପାକ୍‌ ଓ ତାନାଜୀ ଏକା ସଙ୍ଗେ ରିଲିଜ୍‌ ହୋଇଥିବା ବେଳେ ତାନାଜୀକୁ ଲୋକେ ପସନ୍ଦ କରୁଛନ୍ତି କିନ୍ତୁ ଛପାକ୍‌ ତାନାଜୀଠାରୁ ବହୁ ପଛରେ ପଡ଼ିଯାଇଛି । ତେଣୁ ଦୀପିକା ଫିଲ୍ମର ପ୍ରମୋସନ୍‌ କରିବାରେ ଲାଗି ପଡ଼ିଛନ୍ତି । ଆଉ ଫିଲ୍ମର ପ୍ରମୋସନ୍‌ ପାଇଁ ଭଳିକି ଭଳି ପନ୍ଥା ଆପଣାଉଛନ୍ତି । ଛପାକ ରିଲିଜ ପୂର୍ବରୁ ବହୁ ବିବାଦରେ ରହି ଆସିଛି । ଆଉ ଏବେ ଦୀପିକାଙ୍କ ନାଁ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଯୋର ଧରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top